40.1 C
Bhubaneswar
Thursday, April 25, 2024
Homeଓଡିଶାମୁନିଗୁଡ଼ାରେ ଧାନମଣ୍ଡି ଉଦଘାଟିତ : ଟୋକନ୍ ବ୍ୟବସ୍ଥାରେ ଚାଷୀ ଅତିଷ୍ଠ

ମୁନିଗୁଡ଼ାରେ ଧାନମଣ୍ଡି ଉଦଘାଟିତ : ଟୋକନ୍ ବ୍ୟବସ୍ଥାରେ ଚାଷୀ ଅତିଷ୍ଠ

ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକର କୁମୁଡ଼ାବାଲି, ଡିମିରୁଗୁଡ଼ା, ଅମ୍ବାଦଳା ଓ ମୁନିଖୋଲରେ ଧାନମଣ୍ଡି ଉଦଘାଟିତ ହୋଇଯାଇଛି । କୁମୁଡ଼ାବାଲିରେ ୬ ତାରିଖ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆଦିତ୍ୟ ରଞ୍ଜନ ମହାପାତ୍ର ଓ ସମ୍ମାନିତ ଅତିଥି ଭାବେ ଚିତ୍ତରଞ୍ଜନ ପ୍ରଧାନ, ଗୋଦାମ ରକ୍ଷକ ଦିଲ୍ଲୀପ କୁମାର ନାୟକ, ଡାଟା ଅପରେଟର ମନୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଆମ୍ବଦଳା , ଡିମିରିଗୁଡ଼ା , ମୁନିଖୋଲରେ ଯଥାକ୍ରମେ ୯, ୧୦ ଓ୧୧ ତାରିଖରେ ଧାନମଣ୍ଡି ଉଦଘାଟିତ ହୋଇଥିଲା । କିନ୍ତୁ ଟୋକନ ବ୍ୟବସ୍ଥାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପରିଲକ୍ଷିତ ହୋଇଥିଲା । ବହୁ ଚାଷୀଙ୍କର ପଞ୍ଜୀକରଣ ହୋଇନାହିଁ । ଚଳିତ ବର୍ଷ ପଞ୍ଜୀକୃତ ୯୧୫ ଜଣ ଚାଷୀଙ୍କଠାରୁ ୫୦ ହଜାର କ୍ୱିଣ୍ଟାଲ ଧାନ ସଂଗ୍ରହର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ପ୍ରକୃତପକ୍ଷେ ଚାଷୀଙ୍କ ସଂଖ୍ୟା ବହୁ ଅଧିକ ଥିବା ଜଣାଯାଏ । ଅନେପଟେ ପଞ୍ଜୀକରଣ କରିଥିବା ଅଧିକାଂଶ ଚାଷୀଙ୍କୁ ଟୋକନ୍ ମିଳିନାହିଁ । ଆଉ କେବେ ମିଳିବ ତା’ର ମଧ୍ୟ କୌଣସି ଠିକଣା ନାହିଁ । ତେଣୁ ଯଥାଶୀଘ୍ର ଏସବୁ ସମସ୍ୟାର ସମାଧାନ କରିବାକୁ ନେଇ ଚାଷୀମାନେ ଆଶା ରଖିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking