29.1 C
Bhubaneswar
Wednesday, April 29, 2026
Homeଓଡିଶା୩୦ ଫୁଟ ତଳକୁ ଖସିଲା କ୍ଷୀର ବୋଝେଇ ଭ୍ୟାନ: ଅଳ୍ପକେ ବର୍ତ୍ତିଲେ ଚାଳକ

୩୦ ଫୁଟ ତଳକୁ ଖସିଲା କ୍ଷୀର ବୋଝେଇ ଭ୍ୟାନ: ଅଳ୍ପକେ ବର୍ତ୍ତିଲେ ଚାଳକ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ- ଠାକୁରମୁଣ୍ଡା ୫୩ ନମ୍ବର ରାଜ୍ୟ ରାଜପଥ କରଡିଆ ବନ୍ଧ ନିକଟରେ କୋଣାର୍କର ଗୋପରୁ ମିଲ୍କି ମୋ କ୍ଷୀର ବୋଝେଇ ପ୍ରାଇମେରୀ ଭ୍ୟାନ ଓଡି- ୦୨ବିଡି-୩୫୪୪ ନେଇ କରଞ୍ଜିଆ ହୋଇ ରାଇରଙ୍ଗପୁର ଅଭିମୁଖେ ଯାଉଥିବା ସମୟରେ ବିପରୀତ ଦିଗରୁ ଏକ ଟ୍ରକକୁ ସାଇଡ ଦେଉଥିବା ବେଳେ ବର୍ଷା ଯୋଗୁଁ ନୂତନ ମାଟି ପଡିଥିବା କାଦୁଅରେ ଭାରସାମ୍ୟ ହରାଇ ରାସ୍ତାର ୩୦ ଫୁଟ ତଳକୁ ଖସି ପଡ଼ିଥିଲା। ଫଳରେ ଗାଡ଼ିଟି ସମ୍ପୁର୍ଣ୍ଣ ରୂପେ ଭାଙ୍ଗିରୁଜି ଯାଇଥିବା ବେଳେ ଚାଳକ କୁଶ ବେହେରା ଗାଡ଼ିରୁ ଡେଇଁ ନିଜ ଜୀବନ ବଞ୍ଚାଇଥିଲେ। ଏହି ଦୁର୍ଘଟଣାରେ ଗାଡ଼ିରେ ବୋଝେଇ ହୋଇଥିବା କ୍ଷୀର ଗୁଡ଼ିକ ନଷ୍ଟ ହୋଇଯାଇଥିଲା। ଖବରପାଇ ଘଟଣାସ୍ଥଳରେ କରଞ୍ଜିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ବର୍ଷା ଲାଗି ରହିଥିବା ଯୋଗୁଁ ଗାଡ଼ିଟି ଉଦ୍ଧାର ହେବାରେ ବିଳମ୍ବ ହୋଇଥିବା ଦେଖିବାକୁ ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking