33.1 C
Bhubaneswar
Thursday, May 23, 2024
Homeଓଡିଶାଏଣିକି ଖାଦ୍ୟ ଓ ମସଲା ସାମଗ୍ରୀର ହେବ ପ୍ୟାକେଜିଂ

ଏଣିକି ଖାଦ୍ୟ ଓ ମସଲା ସାମଗ୍ରୀର ହେବ ପ୍ୟାକେଜିଂ

ଭୁବନେଶ୍ୱର: ଏଣିକି ରାଜ୍ୟର ଗ୍ରାମୀଣ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଓ ମସଲା ସାମଗ୍ରୀକୁ ସୁନ୍ଦର ପ୍ୟାକେଜିଂ କରି ବଜାରକୁ ବିକ୍ରି ପାଇଁ ଛଡ଼ାଯିବ । ଏହି ପ୍ୟାକେଜିଂ ସାମଗ୍ରୀ ଗୁଡ଼ିକୁ ଆକର୍ଷଣୀୟ କରିବା ସହ ପ୍ରତିଯୋଗିତାମୂଳକ ବଜାରରେ ଅନ୍ୟ ସାମଗ୍ରୀ ସହ ଟକ୍କର ଦେଇପାରିବ । ଖାଲି ସେତିକି ନୁହେଁ ଉନ୍ନତମାନର ପ୍ୟାକେଜିଂ ଯୋଗୁଁ ଖାଦ୍ୟ ଏବଂ ମସଲା ଜାତୀୟ ଜିନିଷ ନିର୍ଦ୍ଧାରିତ ମାସ ପର୍ଯ୍ୟନ୍ତ ସେମାନଙ୍କ ଗୁଣବତ୍ତାକୁ ସଠିକ ଭାବେ ବଜାୟ ରଖିପାରିବେ । ଏହି ଉଦ୍ଦେଶ୍ୟ ନେଇ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଅନ୍ତର୍ଗତ ଓରମାସ ତରଫରୁ ଭୁବନେଶ୍ୱରରେ ଗ୍ରାମୀଣ ସାମଗ୍ରୀର ପ୍ୟାକେଜିଂ ସମ୍ପର୍କିତ ଦୁଇ ଦିନିଆ କର୍ମଶାଳା ଗୁରୁବାର ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରଦିପ କୁମାର ଅମାତଙ୍କ ଦ୍ୱାରା ଉଦଘାଟିତ ହୋଇଛି ।

ଏହି କର୍ମଶାଳା ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବଜାରରେ ପ୍ରଚଳିତ ପ୍ୟାକେଜିଂ ବିକଳ୍ପଗୁଡ଼ିକ ବିଷୟରେ ଜ୍ଞାନ ବିତରଣ ସହିତ ଉତ୍ପାଦନ ଗୋଷ୍ଠୀ ଏବଂ କମ୍ପାନୀ ଦ୍ୱାରା ଉତ୍ପାଦିତ ସାମଗ୍ରୀ ପାଇଁ ଉପଯୁକ୍ତ ବୈଜ୍ଞାନିକ ପ୍ୟାକେଜିଂ ଜ୍ଞାନକୌଶଳର ପ୍ରୟୋଗ କରିବା । ବିଭିନ୍ନ ଯୋଜନା ଅନ୍ତର୍ଗତ ୩୮୧୨ଟି ଉତ୍ପାଦକ ଗୋଷ୍ଠୀ, ୨୩ଟି ଉତ୍ପାଦକ କମ୍ପାନୀ ଏବଂ ୪୫ଟି ଏଫପିଓ ଏବଂ ଉତ୍ପାଦନ କ୍ଲଷ୍ଟର ଗଠନ କରାଯାଇଛି । ଉତ୍ପାଦ ଗୁଡ଼ିକରେ ଖାଦ୍ୟ ଏବଂ ମସଲା, ହସ୍ତତନ୍ତ ଏବଂ ହସ୍ତଶିଳ୍ପ ଅନ୍ତର୍ଭୁକ୍ତ । ଉତ୍ପାଦ ଗୁଡିକର ଦୀର୍ଘାୟୁତା ଏବଂ ସେଲଫ୍ ଲାଇଫ୍ ବୃଦ୍ଧି କରିବା ଆଦି ସମ୍ପର୍କରେ ସୂଚାଇବା ପାଇଁ ଭଲ ପ୍ୟାକେଜିଂ ସାମଗ୍ରୀ ଏବଂ ଯନ୍ତ୍ରପାତିର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହା ବ୍ୟତୀତ ଖୁଚୁରା, ଅନ୍ ଲାଇନ୍ ମାର୍କେଟିଂ ଏବଂ ରପ୍ତାନି ଗୁଣବତ୍ତା ପ୍ରକ୍ରିୟାକରଣ ଏବଂ ଉତ୍ପାଦରେ ମୂଲ୍ୟଯୁକ୍ତ ପାଇଁ ପ୍ୟାକେଜିଂ ଗୁରୁତ୍ୱପୂର୍ଣ୍ଣ । ଏଥିସହ ଓରମାସ ବିଭିନ୍ନ ଜିଲ୍ଲାରେ ଛୋଟ ଛୋଟ ପ୍ୟାକେଜିଂ ୟୁନିଟ ପ୍ରତିଷ୍ଠା କରିବା କରିବା ପାଇଁ ଯୋଜନା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking