30.1 C
Bhubaneswar
Saturday, May 4, 2024
Homeଓଡିଶାପୋଖରୀରେ ବିଷପକାଇ ମାଛ ମାରିଦେଲେ ଦୁର୍ବୃତ୍ତ

ପୋଖରୀରେ ବିଷପକାଇ ମାଛ ମାରିଦେଲେ ଦୁର୍ବୃତ୍ତ

ନୀଳଗିରି : ନୀଳଗିରି ବ୍ଲକ୍ ଗରଡିହି ପଞ୍ଚାୟତ ବାଙ୍କୀସାହି ଗ୍ରାମରେ ଥିବା ଏକମାତ୍ର ପୋଖରୀରେ ବିଷ ପ୍ରୟୋଗ କରିବା ପୋଖରୀରେ ଥିବା ସମସ୍ତ ମାଛ ମରାଯାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଗୁରୁବାର ସକାଳେ ବାଙ୍କିସାହି ଗ୍ରାମର କିଛି ମହିଳା ପୋଖରୀକୁ ଯାଇ ମାଛ ମରୁଥିବା ଦେଖି ଗ୍ରାମର ଲୋକମାନଙ୍କୁ ଜଣାଇଥିଲେ । କିଛି ମାସ ପୂର୍ବରୁ ଉକ୍ତ ପୋଖରୀରେ ୧୫ ହଜାର ଟଙ୍କାରେ ମାଛ ଯାଆଁଳା ଛଡ଼ାଯାଇଥିଲା । ଏହା ଗ୍ରାମ କମିଟି ଦ୍ୱାରା ଚାଷ କରାଯାଇଥିବା ବେଳେ କେହି ଖଳ ପ୍ରକୃତିର ଲୋକ ହିଂସା ପରାୟଣ ହୋଇ ଏଭଳି କରିଥିବା ଆଶଙ୍କା କରାଯାଇଛି ।

ଗତ ୫ ମାସ ତଳେ କାକୁଡିପାଳ ଗ୍ରାମର ସନ୍ତୋଷ ରାଉତ ଓ ରାଜେଶ ବେହେରା ଉକ୍ତ ପୋଖରୀରେ ମାଛ ଧରୁଥିବା ବେଳେ ଗ୍ରାମବାସୀ ମାନେ ଦୁର୍ବୃତ୍ତଙ୍କୁ ଧରି ବର୍‌ହମପୁର ଥାନାରେ ଅଭିଯୋଗ ପରେ ଥାନାବାବୁଙ୍କ ଉପସ୍ଥିତିରେ ୨ ହଜାର ଟଙ୍କା ଦେଇ ସମାଧାନ ହୋଇଥିଲା। ଏହି ଘଟଣାରେ ଉପରୋକ୍ତ ୨ ଜଣ ଆକ୍ରୋଶ ମୂଳକ ଭାବେ ଏପରି କରିଥାଇ ପାରନ୍ତି । ଏନେଇ ଗ୍ରାମବାସୀଙ୍କ ତରଫରୁ ଏକ ଲିଖିତ ଏତଲା ବର୍‌ହମପୁର ଥାନାରେ ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking