35.1 C
Bhubaneswar
Thursday, May 23, 2024
Homeଓଡିଶାଲାପଟପ୍ ପାଇଁ ୧୫ରୁ ଆବେଦନ

ଲାପଟପ୍ ପାଇଁ ୧୫ରୁ ଆବେଦନ

ଭୁବନେଶ୍ୱର: ଦ୍ୱାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ୧୫ ହଜାର ମେଧାବୀଙ୍କୁ ଲାପଟପ୍ ଡିବିଟି ଯୋଜନା ୨୦୨୧ ଓ ୨୦୨୨ ଅଧୀନରେ ଲାପଟପ୍ ପ୍ରଦାନ କରାଯିବ । ଏଥିପାଇଁ ଆବେଦନ କରିନଥିବା ମେଧାବୀମାନେ ଜୁଲାଇ ୧୫ରୁ ଅଗଷ୍ଟ ୫ ତାରିଖ ମଧ୍ୟରେ ଆବେଦନ କରିବା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏହି ଯୋଜନାରେ ଯୋଗ୍ୟ ଛାତ୍ରୀଛାତ୍ରଙ୍କ ତାଲିକା ୱେବସାଇଟରେ ଉପଲବ୍ଧ ହୋଇଛି । ଲାପଟପ୍ ଡିବିଟି ଯୋଜନା ୨୦୨୧ ପାଇଁ ୨୦୨୨ ମାର୍ଚ୍ଚ ୨୯ ତାରିଖରୁ ଏବଂ ୨୦୨୨ ପାଇଁ ୨୦୨୩ ଏପ୍ରିଲ ୫ ତାରିଖରୁ ଆବେଦନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଆବେଦନ କରିନଥିବା ମେଧାବୀ ଛାତ୍ରୀଛାତ୍ର ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । ନିଜର ଆଧାର ନମ୍ବର ଏବଂ ଆଧାର ସହିତ ସଂଯୋଗ ହୋଇଥିବା ମୋବାଇଲ ନମ୍ବର ମାଧ୍ୟମରେ ପଞ୍ଜୀକରଣ କରି ନିର୍ଦ୍ଧାରି ମାର୍ଗଦର୍ଶିକା ଅନୁଯାୟୀ ନିଜର ବିବରଣୀ ପ୍ରଦାନ କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking