30.1 C
Bhubaneswar
Sunday, June 16, 2024
Homeଓଡିଶାଆଜିଠାରୁ ରାୟପୁରରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌; ନିବେଶକଙ୍କୁ ପ୍ଲସ୍ ୱାନ୍ ସୁବିଧା

ଆଜିଠାରୁ ରାୟପୁରରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌; ନିବେଶକଙ୍କୁ ପ୍ଲସ୍ ୱାନ୍ ସୁବିଧା

ଭୁବନେଶ୍ୱର: ରାଜ୍ୟକୁ ଅଧିକ ପୁଞ୍ଜିନିବେଶ ଲକ୍ଷ୍ୟ ନେଇ ଦୁବାଇ, ଜାପାନ, ଇଟାଲି, ଦିଲ୍ଲୀ, ମୁମ୍ବାଇ, ଅହମ୍ମଦାବାଦ, ଚେନ୍ନାଇ, ବେଙ୍ଗାଲୁରୁ ପରେ ଏବେ ରାୟପୁରରେ ଆଜିଠାରୁ ଆରମ୍ଭ ହେବ ଦୁଇ ଦିନିଆ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ । ଟିମ୍ ନବୀନର ସଦସ୍ୟମାନେ ରାୟପୁର ଗସ୍ତ କରି ଓଡ଼ିଶା କାହିଁକି ପୁଞ୍ଜିନିବେଶ ପାଇଁ ବେଷ୍ଟ ଡେଷ୍ଟିନେସନ ତାହା ବୁଝାଇବେ । ବିଶେଷକରି ନିବେଶକଙ୍କୁ ସିଙ୍ଗଲ ୱିଣ୍ଡୋ ଜରିଆରେ ଜମି ସହ ମିଳିବ ପ୍ଲସ୍ ୱାନ୍ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯିବ ।

 ଶିଳ୍ପମନ୍ତ୍ରୀ ପ୍ରତାପ ଦେବ୍‌ଙ୍କ ନେତୃତ୍ୱରେ ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀମାନେ ରାୟପୁର ଗସ୍ତ କରିଛନ୍ତି । ପୁଞ୍ଜିପତିଙ୍କ ସହ ୱାନ ଟୁ ୱାନ୍ ଆଲୋଚନା କରି ସେମାନଙ୍କୁ ଆକୃଷ୍ଟ କରବେ । ଗୁରୁବାର ଶିଳ୍ପ ମନ୍ତ୍ରୀ ଶ୍ରୀ ଦେବ୍ ଏହି ସୂଚନା ଦେଇ କହିଛନ୍ତି ଯେ ରାୟପୁରରେ ଦୁଇଦିନ ଧରି ହେଉଥିବା ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ରେ ଅଧିକ ପୁଞ୍ଜିନିବେଶ ପାଇଁ ଓଡ଼ିଶା ସରକାର ବଡ଼ ଲକ୍ଷ୍ୟ ରଖିଛନ୍ତି । ନିବେଶ ପାଇଁ ଓଡ଼ିଶାରେ ସବୁକ୍ଷେତ୍ରରେ ରହିଛି ସୁଯୋଗ ।

ବଡ଼ ପୁଞ୍ଜି ଆସିବା ନେଇ ଆଗୁଆ ପ୍ରତିଶ୍ରୁତି ବି ମିଳିଛି । ତେଣୁ ରାଜ୍ୟକୁ ଆସିବ ଅଧିକ ପୁଞ୍ଜି ଏବଂ ସୃଷ୍ଟି ହେବ ବ୍ୟାପକ ନିଯୁକ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ସିଙ୍ଗ୍‌ଲ ୱିଣ୍ଡୋ ଜରିଆରେ ଅନୁମତି ସହଜରେ ମିଳିବ । ଜମି ଅଧିଗ୍ରହଣରେ ବି ସମସ୍ୟା ନାହିଁ । ଜମି ଅଧିଗ୍ରହଣ ନିୟମ ନେଇ କେନ୍ଦ୍ରକୁ କେତେକ ଅନୁମତି ମଧ୍ୟ ମଗାଯାଇଛି । ତେଣୁ ଏହି ଇନଭେଷ୍ଟର୍ସ ମିଟ୍ ପୂର୍ବ ପରି ସଫଳ ହେବ ବୋଲି ଶ୍ରୀ ଦେବ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking