40.1 C
Bhubaneswar
Sunday, June 16, 2024
Homeଅପରାଧହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ଅନୁଗୁଳ: ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଗୁରୁବାର ଜଣେ ମା’ ହତ୍ୟାକାରୀ ପୁଅକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସୂଚନା ଯେ, ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ନିଶା ଗାଁର ଚନ୍ଦ୍ରମଣି ପୃଷ୍ଟି(୩୬) କିଛି କାମ ଧନ୍ଦା ନକରି ମଦ ପିଇବାକୁ ତାଙ୍କ ମା’ ପ୍ରମୋଦିନୀ ଓ ସ୍ତ୍ରୀ ଉପମା ପୃଷ୍ଟିଙ୍କୁ ଟଙ୍କା ମାଗନ୍ତି । ଟଙ୍କା ନଦେଲେ ଉଭୟଙ୍କୁ ମାରପିଟ ଓ ଗାଳିଗୁଳଜ କରନ୍ତି । ତେବେ ଗତ ୨୦୨୧ ମେ ୬ ତାରିଖ ଅପରାହ୍ନରେ ମା’ ପ୍ରମୋଦିନୀଙ୍କୁ ଟଙ୍କା ମାଗିଥିଲେ । ତେବେ ପ୍ରମୋଦିନୀ ଟଙ୍କା ଦେବାକୁ ମନା କରିବାରୁ ଚନ୍ଦ୍ରମଣି ରାଗରେ ପ୍ରମୋଦିନୀଙ୍କୁ ଠେଲି ଦେଇଥିଲା । ପ୍ରମୋଦିନୀ ତଳେ ପଡିଯିବା ପରେ ବିଧା, ଗୋଇଠା ମାରି ଚାଲିଥିଲା । ପାଟି ଶୁଣି ସ୍ତ୍ରୀ ଉପମା ଦୌଡ଼ି ଆସି ଛଡାଇବାକୁ ଚେଷ୍ଟା କଲା ବେଳେ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ । ତେବେ ଏହି ମାଡରେ ମା’ ପ୍ରମୋଦିନୀଙ୍କ କାନ ଓ ନାକରୁ ରକ୍ତ ବାହାରିବା ସହ ଚେତାଶୂନ୍ୟ ହୋଇ ଯାଇଥିଲେ ।

ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରିଥିବା ବେଳେ ପାରିବାରିକ ସମସ୍ୟା ଯୋଗୁଁ ପରିବାର ଲୋକ ପ୍ରମୋଦିନୀଙ୍କୁ ଘରକୁ ନେଇ ଯାଇଥିଲେ । ରାତି ପ୍ରାୟ ୮ ଟାବେଳେ ପ୍ରମୋଦିନୀଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ସ୍ତ୍ରୀ ଉପମା ପୃଷ୍ଟି ଏ ନେଇ ନିଶା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ଚନ୍ଦ୍ରମଣିଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଏହି ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଅନୁପ ରଞ୍ଜନ ପଟ୍ଟନାୟକ ୧୭ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣ ଆଧାରରେ ଅଭିଯୁକ୍ତ ଚନ୍ଦ୍ରମଣିଙ୍କୁ ଆଜୀବନ କାରାଦଣ୍ଡ ସହ ୫ ହଜାର ଟଙ୍କା ଜୋରିମାନା ଦେବାକୁ ଦଣ୍ଡାଦେଶ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ପବ୍ଲିକ୍ ପ୍ରସିକ୍ୟୁଟର ପ୍ରଦୀପ କୁମାର ଦାସ ମାମଲା ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking