29.1 C
Bhubaneswar
Saturday, April 27, 2024
Homeଓଡିଶାରାଜ୍ୟର ସମସ୍ତ ବୈଷୟିକ ବିଦ୍ୟାର୍ଥୀଙ୍କ ପାଇଁ ଆଜିଠୁ ଖୋଲିଲା ଶିକ୍ଷାନୁଷ୍ଠାନ

ରାଜ୍ୟର ସମସ୍ତ ବୈଷୟିକ ବିଦ୍ୟାର୍ଥୀଙ୍କ ପାଇଁ ଆଜିଠୁ ଖୋଲିଲା ଶିକ୍ଷାନୁଷ୍ଠାନ

ଭୁବନେଶ୍ବର : ଆଜିଠୁ ଖୋଲିଲା ବୈଷୟିକ ଶିକ୍ଷାନୁଷ୍ଠାନ । ରାଜ୍ୟର ସମସ୍ତ ବୈଷୟିକ ବିଦ୍ୟାର୍ଥୀଙ୍କ ପାଇଁ ଆଜିଠାରୁ ଶିକ୍ଷାନୁଷ୍ଠାନ ଖୋଲିଲା । ୟୁଜି, ପିଜି,ଡିପ୍ଲୋମା, ଆଇଟିଆଇ, ଇଞ୍ଜିନିୟରିଂ ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀ ଏବେ ମହାବିଦ୍ୟାଳୟକୁ ଆସି ଶ୍ରେଣୀଗୃହରେ ପାଠ ପଢିବେ । ଶ୍ରେଣୀଗୃହ ପାଠପଢା ପ୍ରସ୍ତୁତି ନିମନ୍ତେ ସରକାରୀ ବୈଷୟିକ ମହାବିଦ୍ୟାଳୟର ଅଧ୍ୟକ୍ଷକଙ୍କୁ ଚିଠି ଲେଖି ପରାମର୍ଶ ଦିଆଯାଇଥିଲା । ସାମାଜିକ ଦୂରତା ରକ୍ଷା, ମାସ୍କ ପିନ୍ଧିବା ଆଦି ନିୟମକୁ ଗୁରୁତ୍ୱ ଦିଆଯାଇଛି । ସଂକ୍ରମିତ ଅଞ୍ଚଳରେ ରହୁଥିବା ଛାତ୍ରଛାତ୍ରୀ ଶିକ୍ଷକ ଏବଂ କର୍ମଚାରୀ ଶିକ୍ଷାନୁଷ୍ଠାନ ଆସିପାରିବେ ନାହଁ । ସମସ୍ତେ କୋଭିଡ ଗାଇଡଲାଇନ ମାନିବାକୁ ପରାମର୍ଶ ଦିଆଯାଇଛି । ଅଗଷ୍ଟ ୯ରୁ କେବଳ ଶେଷ ବର୍ଷ ଛାତ୍ରଛାତ୍ରୀ ପାଠପଢା ଆରମ୍ଭ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking