32.1 C
Bhubaneswar
Thursday, May 2, 2024
Homeକରୋନାଚିନ୍ତା ବଢ଼ାଉଛି କେରଳ : ଦେଶରେ ଆଉ ୩୮ହଜାର୯୪୮ ଆକ୍ରାନ୍ତ ଚିହ୍ନଟ, ୨୧୯ ସଂକ୍ରମିତଙ୍କ ମୃତ୍ୟୁ

ଚିନ୍ତା ବଢ଼ାଉଛି କେରଳ : ଦେଶରେ ଆଉ ୩୮ହଜାର୯୪୮ ଆକ୍ରାନ୍ତ ଚିହ୍ନଟ, ୨୧୯ ସଂକ୍ରମିତଙ୍କ ମୃତ୍ୟୁ

ନୂଆଦିଲ୍ଲୀ : କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ପୂର୍ବରୁ ଗବେଷକମାନେ ଚେତାବନୀ ଦେଇଥିବା ବେଳେ ଦୈନିକ ସଂକ୍ରମଣ ସଂଖ୍ୟା ପୁଣି ଲୋକଙ୍କୁ ଡରାଇ ଦେଇଛି । ଦେଶରେ ପୁଣି ବଢ଼ିଯାଇଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୩୮ ହଜାର ୯୪୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେବଳ କେରଳରୁ ୨୬ ହଜାର ୭୦୧ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୭୪ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୩୦ ଲକ୍ଷ ୨୭ ହଜାର ୬୨୧କୁ ବୃଦ୍ଧି ପାଇଛି । ଏହା ବ୍ୟତୀତ ୨୪ ଘଣ୍ଟାରେ ୨୧୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହି କ୍ରମରେ ମୃତ୍ୟୁସଂଖ୍ୟା ୪ ଲକ୍ଷ ୪୦ ହଜାର ୭୫୨ରେ ପହଞ୍ଚିଛି । ସେହିପରି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୪ ହଜାର ୮୭୪ ଥିବା ବେଳେ ୩ କୋଟି ୨୧ ଲକ୍ଷ ୮୧ ହଜାର ୯୯୫ ଜଣ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking