28.1 C
Bhubaneswar
Saturday, April 27, 2024
Homeଓଡିଶା୩ ଦିନ ଆଖଣ୍ଡଳମଣି ଦର୍ଶନ ବନ୍ଦ

୩ ଦିନ ଆଖଣ୍ଡଳମଣି ଦର୍ଶନ ବନ୍ଦ

ଭଦ୍ରକ : ଆରଡି ଆଖଣ୍ଡଳମଣି ମନ୍ଦିରରେ ଆସନ୍ତା ୧୭ ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିଛି । ଆଜି ଦିନ ୧୨ ଟାରୁ ଆଖଣ୍ଡଳମଣି ମନ୍ଦିର ପରିସରକୁ ଯିବାକୁ ବାରଣ କରାଯାଇଛି । ଆସନ୍ତା ୧୭, ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କୁ ମନ୍ଦି ପ୍ରବେଶ ମନା ରହିଛି । କେବଳ ରୀତିନୀତି ଅନୁସାରେ ସେବାୟତ ପୂଜା କରିପାରିବେ । ତେବେ ମନ୍ଦିର ପରିସରରେ ଜଣେ ସେବାୟତ କୋରନା ପଜେଟିଭ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏହାସହ ମନ୍ଦିରର ସବୁ ସେବାୟତଙ୍କ କୋଭିଡ ଟେଷ୍ଟ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଏନେଇ ଭଦ୍ରକ ଉପ ଜିଲ୍ଲାପାଳ ପୀତାମ୍ଭର ସାମଲ ସୂଚନା ଦେଇଛନ୍ତି ।
ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଭଦ୍ରକରୁ୩୪ ଜଣ କୋରନା ପଜେଟିଭ ଚିହ୍ନଟ ହେବା ସହ ଏହା ପ୍ରଶାସନର ଚିନ୍ତା ବଢାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking