28.1 C
Bhubaneswar
Saturday, April 27, 2024
Homeରାମ ନବମୀରାମ ନବମୀର ପୌରାଣିକ ମହତ୍ୱ

ରାମ ନବମୀର ପୌରାଣିକ ମହତ୍ୱ

ଭୁବନେଶ୍ୱର : ପ୍ରଭୁ ଶ୍ରୀରାମଙ୍କ ଜନ୍ମ ସରାୟୁ ନଦୀ ତଟରେ ଅବସ୍ଥିତ ଅଯୋଦ୍ଧାରେ ହୋଇଥିଲା । ବହୁ ବର୍ଷ ପୁର୍ବେ ସେହି ପବିତ୍ର ନଦୀ ତଟ ନିକଟରେ ଦିନେ ରାଜା ଦଶରଥଙ୍କୁ ଜ୍ଞାତ ହୋଇଥିଲା ଯେ, ତାଙ୍କର କେହି ସନ୍ତାନ ନାହାନ୍ତି । ସନ୍ତାନ ନଥିବା ଗ୍ଲାନିରେ ରାଜା ନିଜ ଗୁରୁଦେବଙ୍କ ପାଖକୁ ଗଲେ । ଗୁରୁଙ୍କ ପାଖକୁ ଯାଇ କହିଥିଲେ, ‘ହେ ଗୁରୁଜୀ ମୋର ସନ୍ତାନ କଣ ପାଇଁ ନାହନ୍ତି ?’ ଗୁରୁଦେବ କହିଥିଲେ, ‘ରାଜନ ଆପଣ ଧର୍ଯ୍ୟ ଧାରଣ କରନ୍ତୁ । ଆପଣଙ୍କର ଗୋଟିଏ କି ୨ ଟି ନୁହଁ ୪ -୪ ଟି ଧର୍ମବୀର , ସୁତଚାରୀ, ତ୍ରିଭୁବନ ବିଦିତ ସୁଖକାରୀ ସନ୍ତାନ ଜନ୍ମ ହେବେ’ ।

ଏହାପରେ ସେହି ସୁନ୍ଦର ସମୟ ପ୍ରକଟିତ ହୋଇଥିଲା । ଏହି ଚୈତ୍ର ମାସରେ ଯେଉଁ ନବରାତ୍ରୀ ହୋଇଥାଏ , ଏହି ସମୟ ଠାରୁ ଆମର ନୂତନ ବର୍ଷର ଆରମ୍ଭ ହୋଇଥାଏ , ଋତୁର ପରିବର୍ତ୍ତନ ମଧ୍ୟ ହୋଇଥାଏ । ଏହି ଚୈତ୍ର ନବରାତ୍ରୀ ମଧ୍ୟରେ ଭଗବାନ ଶ୍ରୀ ରାମଙ୍କର ଧରାବତରଣ ହୋଇଥିଲା । ଯେଉଁଦିନ ମା’ ଭଗବତୀ ଦୁର୍ଗାଙ୍କର ନବମୀ ତିଥି ହୋଇଥିଲା । ଯାହାକି ଆମେ ଦୁର୍ଗା ନବମୀ ମଧ୍ୟ କହିଥାଉ , ସେହି ଦୁର୍ଗା ନବମୀ ଦିନ ଦ୍ୱିପହର ୧୨ ଟା ସମୟରେ ଚୈତ୍ର ଶୁକ୍ଲ ପକ୍ଷରେ ଭଗବାନ ସୁର୍ଯ୍ୟବଂଶରେ ପ୍ରକଟ ହୋଇଥିଲେ ।

ମାତା କୌଷଲ୍ୟାଙ୍କ ଠାରୁ ଭଗବାନ ଚର୍ତୁଭୁଜ ସହ ଶଙ୍ଖ,ଚକ୍ର,ଗଦା,ପଦ୍ମ ଧରି ପ୍ରକଟ ହୋଇଥିଲେ । ଏହାଦେଖି ମାତା କୌଷଲ୍ୟା ଡରି ଯାଇଥିଲେ । ଭଗବାନ କହିଥିଲେ ମା’ ଆପଣ କ’ଣ ପାଇଁ ଡରି ଗଲେ ? ଉତ୍ତରରେ ମାତା କହିଥିଲେ, ‘ପ୍ରଭୁ ଆପଣ ଏକ ଛୋଟ ବାଳକ ରେ ପରିଣତ ହୋଇଯାଆନ୍ତୁ’ ।

ଏହାପରେ ଭଗବାନ ଛୋଟ ବାଳକ ଋୁପରେ ମାତାଙ୍କ କୋଳ ମଣ୍ଡନ କରିଥିଲେ । ସେଥିପାଇଁ ଏହି ନବରାତ୍ରୀର ନବମୀ ଦିନକୁ ରାମ ନବମୀ ଭାବେ ପାଳନ କରାଯାଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking