39.1 C
Bhubaneswar
Friday, April 26, 2024
Homeଓଡିଶାଅଜିତ ମଙ୍ଗରାଜଙ୍କ ବିୟୋଗରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଶୋକସଭା

ଅଜିତ ମଙ୍ଗରାଜଙ୍କ ବିୟୋଗରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଶୋକସଭା

ଭୁବନେଶ୍ୱର: ପୁରୀ ଜିଲ୍ଲା କଂଗ୍ରେସ କମିଟିର ସଭାପତି ତଥା ପିପିଲି ଉପନିର୍ବାଚନରେ
କଂଗ୍ରେସ ଦଳର ପ୍ରାର୍ଥୀ ଶ୍ରୀ ଅଜିତ୍ ମଙ୍ଗରାଜଙ୍କ କରୋନା ଜନିତ ଅକାଳ ବିୟୋଗରେ ପ୍ରଦେଶ କଂଗ୍ରେସ
କମିଟି ପକ୍ଷରୁ ଗଭୀର ଶୋକପ୍ରକାଶ କରାଯାଇ ଆଜି କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ଏକ ଶୋକସଭା
ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ବୈଠକର ପ୍ରାରମ୍ଭରେ କଂଗ୍ରେସ ନେତୃବୃନ୍ଦ ସ୍ୱର୍ଗତ ମଙ୍ଗରାଜଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ
ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସ୍ମୃତିଚାରଣ କରି ପିସିସି
ସଭାପତି ଶ୍ରୀ ପଟ୍ଟନାୟକ କହିଲେ ଯେ ଅଜିତ୍ ବାବୁଙ୍କ ମୃତ୍ୟୁ ଦଳପାଇଁ ଅପୂରଣୀୟ କ୍ଷତି । ସେ ଜଣେ
ପରିଶ୍ରମୀ ଓ ଦୃଢ଼ ସଂଗଠକ ଭାବରେ ଜଣାଶୁଣା ଥିଲେ । ସେ ପୁରୀ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଦାୟିତ୍ୱ
ନେବା ପରଠାରୁ କଂଗ୍ରେସକୁ ମଜବୁତ କରିବା ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଥିଲେ । ଦଳପ୍ରତି ତାଙ୍କର
ସ୍ୱପ୍ନକୁ ଆମ୍ଭେମାନେ ସାକାର କରିପାରିଲେ ତାହାହିଁ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ । ତାଙ୍କର ଶୋକସନ୍ତପ୍ତ
ପରିବାରବର୍ଗଙ୍କ ପ୍ରତି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଗଭୀର ସମବେଦନା ଜଣାଇଥିଲେ ।
ଶ୍ରଦ୍ଧାଞ୍ଜଳି ଜଣାଇ ଅଖିଳ ଭାରତ କଂଗ୍ରେସ କମିଟି ସଂପାଦକ ଶ୍ରୀ ଜି. ରୁଦ୍ର ରାଜୁ କହିଲେ ଯେ ସ୍ୱର୍ଗତ
ମଙ୍ଗରାଜ କଂଗ୍ରେସ ଦଳର ଜଣେ ସଚ୍ଚା କର୍ମୀ ଥିଲେ । ତାଙ୍କର ମୃତ୍ୟୁରେ ଦଳ ଜଣେ ଉତମ ସୈନିକଙ୍କୁ
ହରାଇଲା । କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ, ପୂର୍ବତନ ଅଧ୍ୟକ୍ଷ ଶ୍ରୀ ରାହୁଲ ଗାନ୍ଧୀ ଓ କଂଗ୍ରେସ
ପ୍ରଭାରୀ ଡ. ଏ ଚେଲାକୁମାରଙ୍କ ପକ୍ଷରୁ ଶ୍ରୀ ରାଜୁ ଗଭୀର ସମବେଦନା ଜଣାଇଥିଲେ । ଶ୍ରଦ୍ଧାଞ୍ଜଳି ଜଣାଇ
ପିସିସି କାର୍ଯ୍ୟକାରୀ ସଭାପତି ସର୍ବଶ୍ରୀ ପ୍ରଦୀପ ମାଝୀଙ୍କ ସମେତ କଂଗ୍ରେସ ନେତୃବୃନ୍ଦ ରାମଚନ୍ଦ୍ର ଖୁଂଟିଆ,
ବିଧାୟକ ସନ୍ତୋଷ ସିଂ ସାଲୁଜା, ଅଧିରାଜ ମୋହନ ପାଣିଗ୍ରାହୀ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା
ପରିଡା, ମୁଖପାତ୍ର ନିଶିକାନ୍ତ ମିଶ୍ର ପ୍ରମୁଖ ସ୍ୱର୍ଗତ ମଙ୍ଗରାଜଙ୍କର ଜୀବନୀ ଓ ସାଂଗଠନିକ ଦକ୍ଷତା ସଂପର୍କରେ
ଆଲୋକପାତ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସୁରେଶ କୁମାର ରାଉତରାୟ, ଯୁଧିଷ୍ଠିର ଜେନା,
ବିଜୟଲକ୍ଷ୍ମୀ ସାହୁ, ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ଅମୀୟ ପଟ୍ଟନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ,
ମନୋରଞ୍ଜନ ଦାଶ, ବିଶ୍ୱଜିତ୍ ଦାଶ, ହଳଧର ସେଠୀ, ପଦ୍ମାକର ଗୁରୁ, ମାନସ ଆଚାର୍ଯ୍ୟ, ଚିନ୍ମୟ ସୁନ୍ଦର
ଦାସ, ଜିତୁ ପ୍ରକାଶ ପରିଡା, ଅଶୋକ କୁମାର ଦାସ, ଦୀପକ ମହାପାତ୍ର,କନକଲତା ମଲ୍ଳିକ, ଶ୍ରୀୟାସ୍ମିତା
ପଣ୍ଡା, ଲିଙ୍ଗରାଜ ସାହୁ, ବିସ୍ମୟ ମହାପାତ୍ର, ଜ୍ଞାନଦେବ ବେଉରା, ସଂଜୟ ମିଶ୍ର, ଅକ୍ଷୟ ଦାସ, ଜ୍ଞାନ
ପଟ୍ଟନାୟକ, କୁସୁମ ପ୍ରଧାନ, ସୁଶାନ୍ତ ତ୍ରିପାଠୀ, ଶଶିକାନ୍ତ ଲେଙ୍କା, ମିହିର ଆଚାର୍ଯ୍ୟ, ଜୟକୃଷ୍ଣ ସୁବୁଦ୍ଧି, ଦୀପକ
ସାହୁ, ସତ୍ୟବ୍ରତ ନାୟକ, ସୁବାଷ ପ୍ରଧାନ, ଶ୍ରୀଧର ବଳିୟାରସିଂ, ଦେବୀ ପ୍ରସାଦ ବାହାଲିଆ, ସାଗର ପରିଡା,
ସୀମାନ୍ତ କୁମାର ପାତ୍ର, ପ୍ରମୁଖ ଉପସ୍ଥିତ ରହି ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking