33.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ସାଧାରଣ ଜନତା କରିପାରିବେ ଦାନ : ସକ୍ରିୟ ହେଲା...

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ସାଧାରଣ ଜନତା କରିପାରିବେ ଦାନ : ସକ୍ରିୟ ହେଲା ଆକାଉଣ୍ଟ

ଅଯୋଧ୍ୟା : ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଦିବ୍ୟ ଓ ଭବ୍ୟ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆଉ ଏକ ପାହାଚ ଆଗକୁ ବଢ଼ିଛି । ରାମ ମନ୍ଦିର ଟ୍ରଷ୍ଟର ବ୍ୟାଙ୍କ ଆକାଉଣ୍ଟ ଗୁରୁବାର ଠାରୁ ସକ୍ରିୟ ହୋଇଯାଇଛି । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଅଯୋଧ୍ୟା ଶାଖାରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଆକାଉଣ୍ଟ ହୋଇଯାଇଛି । ଗୁରୁବାର ଏସବିଆଇର ଅଧିକାରୀମାନେ କହିଛନ୍ତି, ରାମ ଜନ୍ମଭୂମି ମନ୍ଦିର ନିର୍ମାଣ ପାଇଁ ଟଙ୍କା ଗଣତି ପ୍ରକ୍ରିୟା ପୂରା କରାଯାଇଛି । ଗତ ଫେବୃଆରୀ ୫ ତାରିଖରେ କେନ୍ଦ୍ର ସରକାର ରାମ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ଗଠନ କରିଥିଲେ । ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ଘୋଷଣା କରିଥିଲେ । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟରେ ମୋଟ ୧୫ ଜଣ ସଦସ୍ୟ ଅଛନ୍ତି । ଏଥିରେ ୯ ଜଣ ସ୍ଥାୟୀ ଓ ୬ ଜଣ ଅସ୍ଥାୟୀ ସଦସ୍ୟ ସାମିଲ ଅଛନ୍ତି । କେ ପରାସରନ ଶ୍ରୀରାମ ଟ୍ରଷ୍ଟର ଅଧ୍ୟକ୍ଷ ଅଛନ୍ତି ।
ସୂଚନା ଅନୁସାରେ ଏସବିଆଇ ରାମ ମନ୍ଦିର ଟ୍ରଷ୍ଟର ବ୍ୟାଙ୍କ ଆକାଉଣ୍ଟ ଚମ୍ପତ ରାୟ, ଅନିଲ ମିଶ୍ରା ଏବଂ ଗୋବିନ୍ଦ ଗିରିଙ୍କ ନାମରେ ଯୁଗ୍ମ ଭାବେ ଖୋଲିଛନ୍ତି । ଗୁରୁବାର ରାମ ମନ୍ଦିର ଟ୍ରଷ୍ଟକୁ ଆୟକର ବିଭାଗ ତରଫରୁ ଏଥି ପାଇଁ ପାନ ନମ୍ବର ମଧ୍ୟ ଜାରି କରାଯାଇଛି ମାତ୍ର ଏହି ଆକାଉଣ୍ଟ ସାଧାରଣ ଲୋକଙ୍କ ପାଇଁ ୧୫ ଦିନ ପରେ ଉପଲବ୍ଧ ହେବ । ୧୫ ଦିନ ପରେ ସାଧାରଣ ଜନତା ରାମ ମନ୍ଦିର ପାଇଁ ଦାନ କରିପାରିବେ । ଆୟକର ଅଧିନିୟମରେ ଟ୍ରଷ୍ଟକୁ ରିହାତି ମିଳିବା ପରେ ସାଧାରଣ ଜନତା ରାମ ମନ୍ଦିର ନିର୍ମାଣ ପାଇଁ ସହଯୋଗ କରିପାରିବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking