33.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଏବେ ମହଙ୍ଗା ହେବ ବିମାନ ଯାତ୍ରା; ୫ ଲକ୍ଷ ପହଂଚିଲା ଦିଲ୍ଲୀ-ଲଣ୍ଡନ ଫ୍ଲାଇଟ ଟିକେଟ

ଏବେ ମହଙ୍ଗା ହେବ ବିମାନ ଯାତ୍ରା; ୫ ଲକ୍ଷ ପହଂଚିଲା ଦିଲ୍ଲୀ-ଲଣ୍ଡନ ଫ୍ଲାଇଟ ଟିକେଟ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଟିକିଏ ଥମିବା ପରେ ବିମାନ ଯାତ୍ରାରେ ଉତ୍ସାହ ପରିଲକ୍ଷିତ ହୋଇଛି । ସେଥିପାଇଁ ଏବେ ବିମାନ ଟିକେଟ ବି ମହଙ୍ଗା ହୋଇଛି । ଲଣ୍ଡନରୁ ଦିଲ୍ଲୀ ଫ୍ଲାଇଟର ବିଜନେଓ କ୍ଲାସ ଟିକେଟ ପ୍ରାୟ ୫ ଲକ୍ଷ ପର୍ଯ୍ୟନ୍ତ ପହଂଚିଛି ।
ବ୍ରିଟିଶ ଏୟାରୱେଜର ଦିଲ୍ଲୀରୁ ଲଣ୍ଡନ ଫ୍ଲାଇଟର ୨୬ ଅଗଷ୍ଟ ପାଇଁ ବିଜନେସ କ୍ଲାସ ଟିକେଟ ମୂଲ୍ୟ ୪୯୬୧୫୫ ଟଙ୍କା ହୋଇଛି । ଯେତେବେଳେ କି ଇକୋନୋମି କ୍ଲାସ ମୂଲ୍ୟ ୧୬୦୩୬୪ ଟଙ୍କା ପର୍ଯ୍ୟନ୍ତ ପହଂଚିଛି ।
ଗତ ଏକ ମାସରେ ବିମାନ ଯାତ୍ରା ପାଇଁତ୍ତଅଧିକ ଉତ୍ସାହ  ପରିଲକ୍ଷିତ ପରେ ଭାରତରୁ ଅନ୍ତରାଷ୍ଟ୍ରୀୟ ରୁଟର ମୂଲ୍ୟ ଅନେକମାତ୍ରାରେ ବୃଦ୍ଧି ପାଇଛି । ରିପୋର୍ଟ ଅନୁସାରେ, ଦିଲ୍ଲୀରୁ ନ୍ୟୁୟର୍କ ପର୍ଯ୍ୟନ୍ତ ଫ୍ଲାଇଟର ଇକୋନୋମୀ କ୍ଲାସର ମୂଲ୍ୟ ଜୁଲାଇରେ ୬୯୦୩୪ରୁ ବୃଦ୍ଧି ପାଇ ୮୭୫୪୨ ଟଙ୍କା ପର୍ଯ୍ୟନ୍ତ ପହଂଚିଛି ।
ଜୁଲାଇ ମାସରେ ମୁମ୍ବାଇ-ମସ୍କୋ ଫ୍ଲାଇଟ ଇକୋନୋମୀ କ୍ଲାସର ଟିକେଟ ମୂଲ୍ୟ ୪୩୧୩୨ ଟଙ୍କା ପର୍ଯ୍ୟନ୍ତ ଥିଲା । ଏହିଭଳି ମୁମ୍ବାଇ-ଦୋହା ଉଡାଣର ଇକୋନୋମୀ କ୍ଲାସ ଟିକେଟ ମୂଲ୍ୟ ୧୧୭୧୯ ଟଙ୍କା ଯାଏଁ ଥିଲା । ହେଲେ ଅଗଷ୍ଟରେ ଏହା ବୃଦ୍ଧି ପାଇ କ୍ରମଶଃ ୮୫୦୨୪ ଟଙ୍କା ଓ ୧୮୩୮୪ ଟଙ୍କା ରେ ପହଂଚିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking