24.1 C
Bhubaneswar
Thursday, May 9, 2024
Homeଅପରାଧବିଜେପି ନେତାଙ୍କୁ ନିର୍ମମ ଭାବେ ହତ୍ୟା

ବିଜେପି ନେତାଙ୍କୁ ନିର୍ମମ ଭାବେ ହତ୍ୟା

ଉତ୍ତରପ୍ରଦେଶ: ଉତ୍ତପ୍ରଦେଶର ବାରାବଙ୍କୀ ଜିଲ୍ଲାରେ ଦୁର୍ବୃତ୍ତମାନଙ୍କ ରାଜ୍ ଚାଲିଛି । ଦିନକୁ ଦିନ ଏହା ବଢିବାରେ ଲାଗିଛି । ଜିଲ୍ଲାର ସୀମା ସ୍ଥିତ ସୁବେହା ଥାନା ଅନ୍ତର୍ଗତ ପଣ୍ଡିତ ପୁରବା ଗାଁ ରେ ଘରେ ଏକା ରହୁଥିବା ଭାରତୀୟ ଜନତା ପାର୍ଟିର ନେତା ଙ୍କୁ କିଛି ଦୁର୍ବୃତ୍ତ ହତ୍ୟା କରିଛନ୍ତି । ହତ୍ୟା ପଛରେ ସଂପତ୍ତି କାରଣ ହୋଇପାରେ ବୋଲି କୁହାଯାଉଛି ।

ଘର ପଛପଟେ ନେତାଙ୍କ ଶବ ପଡିଥିବା ଦେଖି ଗାଁ ଲୋକେ ଏହି ଘଟଣା ସଂପର୍କରେ ପୁଲିସକୁ ସୂଚନା ଦେଇଥିଲେ । ବିଜେପି ବୁଥ ଅଧ୍ୟକ୍ଷ ରହିଥିବା ମୃତକଙ୍କ କେହି ସନ୍ତାନ ନଥିଲେ ଓ ଦୁଇ ମାସ ପୂର୍ବରୁ ସ୍ତ୍ରୀଙ୍କର ଦେହାନ୍ତ ହୋଇଥିଲା । ତା ପରଠୁ ସେ ଏକା ହିଁ ରହୁଥିଲେ ।
ବିଜେପି ବୁଥ ଅଧ୍ୟକ୍ଷ ୬୫ ବର୍ଷୀୟ ହରିହର ସିଂହଙ୍କ ସନ୍ଦିଗ୍ଧ ପରିସ୍ଥିତିରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ମୃତକଙ୍କ ଗଳା ପାଖରେ କ୍ଷତ ଚିହ୍ନ ରହିଛି । ଘର ପଛପଟେ ପ୍ରାୟ ୨୦ ମିଟର ଦୂରରେ ତାଙ୍କ ଶବ ପଡିଥିଲା ।
ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଫରେନସିକ ଟିମକୁ ଡାକିଥିଲା । ଏହାପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।  ସଂପତ୍ତି ଲୋଭରେ ସଂପର୍କୀୟ ଓ କିଛି ଗାଁ ଲୋକେ ତଣ୍ଟି ଚିପି ହତ୍ୟା କରିଥିବା ଆଶଙ୍କା କରୁଛନ୍ତି । ପୁଲିସ ଶବ ବ୍ୟବଚ୍ଚେଦ ପାଇଁ ପଠାଇ ଛାନଭିନ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking