26.1 C
Bhubaneswar
Tuesday, May 7, 2024
Homebuisnessବଡ ଡିଲ କରିବ ଏୟାର ଇଣ୍ଡିଆ! ଫ୍ରାନ୍ସଠାରୁ କିଣିପାରେ ୨୫୦ଟି ବିମାନ

ବଡ ଡିଲ କରିବ ଏୟାର ଇଣ୍ଡିଆ! ଫ୍ରାନ୍ସଠାରୁ କିଣିପାରେ ୨୫୦ଟି ବିମାନ

ବେଙ୍ଗଲୁରୁ: ବିମାନ ଚଳାଚଳ ଇତିହାସରେ ଟାଟା ଗ୍ରୁପ କରିପାରେ ବିଶ୍ୱର ସବୁଠାରୁ ବଡ ଡିଲ । ଏୟାର ଇଣ୍ଡିଆ ପାଇଁ ଫ୍ରାନ୍ର ଏୟାରବସଠାରୁ ୨୫୦ଟି ଏ୩୫୦ ବିମାନ କିଣିବା ପାଇଁ ଟାଟା ଗ୍ରୁପ ଚୁକ୍ତି କରିସାରିଛି । ଏ ନେଇ ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଏକ ଭିଡିଓ କନଫରେନ୍ସିଂ ସମୟରେ ଏହି ଚୁକ୍ତି ଉପରେ ଘୋଷଣା କରାଯାଇଛି ।

ଏହି ଚୁକ୍ତିରେ ଟାଟା ଗ୍ରୁପ୍ ମାଲିକାନାରେ ଥିବା ଏୟାର ଇଣ୍ଡିଆ ପାଇଁ ୪୦ଟି ଏ-୩୫୦ ଓ୍ଵାଇଡ୍ ବଡି ଲଙ୍ଗ୍ ବଡି ବିମାନ ଏବଂ ୨୧୦ଟି ନ୍ୟାରୋ ବଡି ବିମାନ ରହିଛି । ଏସମ୍ପର୍କରେ ଏୟାରବସର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଗୁଇଲମ୍ ଫୌରି କହିଛନ୍ତି, ଏହି ଡିଲ ଏୟାର ଇଣ୍ଡିଆର ପୁନରୁଦ୍ଧାରରେ ସାହାଯ୍ୟ କରିବ । ଏୟାରବସ୍ ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ । ଏୟାରବସ୍ ସହ ଏହି ଚୁକ୍ତି ଏୟାର ଇଣ୍ଡିଆର ୪୭୦ଟି ବିମାନର ବିଶାଳ ଅର୍ଡରର ଏକ ଅଂଶ, ଯେଉଁଥିରେ ଆମରିକୀୟ କମ୍ପାନି ବୋଇଂଠାରୁ ବି ୨୨୦ଟି ବିମାନ କ୍ରୟ କରାଯିବ ।

ତେବେ ଏହି ଚୁକ୍ତି ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ତିବା ସମ୍ପର୍କକୁ ଆହୁରି ଘନିଷ୍ଠ କରିବା ସହ ବୋମରିକ ବିମାନ ଚଳାଚଳ କ୍ଷେତ୍ରର ସଫଳତା ଏବଂ ଅଭିବୃଦ୍ଧିକୁ ମଧ୍ୟ ଫ୍ରତିଫଳିତ କରୁଛି । ଏ ନେଇ ବୈଠକରେ ପ୍ରକାଶ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking