35.1 C
Bhubaneswar
Sunday, May 19, 2024
Homeଅପରାଧନବ ଦାସ ହତ୍ୟା ଘଟଣା: ଚୌଦ୍ୱାର ଜେଲ୍‌ରେ ପହଞ୍ଚିଲା ଗୋପାଳ

ନବ ଦାସ ହତ୍ୟା ଘଟଣା: ଚୌଦ୍ୱାର ଜେଲ୍‌ରେ ପହଞ୍ଚିଲା ଗୋପାଳ

କଟକ: ନବ ଦାସ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ ଦାସକୁ ଆଜି ସନ୍ଧ୍ୟାରେ କଟକ ଜିଲ୍ଲା ଚୌଦ୍ୱାରସ୍ଥିତ ସର୍କଲ ଜେଲକୁ ଅଣାଯାଇଛି । ଚୌଦ୍ୱାର ଜେଲ୍‌ର ୩ନମ୍ବର ସେଲ୍‌ରେ ରଖାଯିବ । ଏଥି ପାଇଁ ଜେଲ୍ କର୍ତ୍ତୃପକ୍ଷଙ୍କ ତରଫରୁ ବ୍ୟବସ୍ଥା କରାଯାଇଛି । ଚୌଦ୍ୱାର ଜେଲ୍‌ରେ ସ୍ୱତନ୍ତ୍ର ସିସିଟିଭି ସର୍ଭିଲାନ୍ସରେ ରଖାଯିବା ନେଇ ସୂଚନା ମିଳିଛି । ସୂଚନା ଅନୁଯାୟୀ, ଝାରସୁଗୁଡ଼ା ଏସଡିଜେଏମ୍ କୋର୍ଟଙ୍କ ଅନୁମତି ପରେ ସ୍ଥାନୀୟ ସବ୍‌ଜେଲରୁ ଗୋପାଳକୁ ସ୍ଥାନାନ୍ତର କରାଯାଇଛି । ଗୋପାଳକୁ ଏକ ସ୍ୱତନ୍ତ୍ର ଟିମ୍ ନେଇ ଚୌଦ୍ୱାର ଆସିଛନ୍ତି । ଏଥି ପାଇଁ ଚୌଦ୍ୱାର ଜେଲ୍ କର୍ତ୍ତୃପକ୍ଷଙ୍କ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଗୋପାଳକୁ ସ୍ଥାନାନ୍ତର ପାଇଁ କୋର୍ଟ ଅନୁମତି ଦେଇଥିଲେ । ପୂର୍ବରୁ ଜେଲ ବିଭାଗ ଗୋପାଳକୁ ଚୌଦ୍ୱାର ଜେଲ ଆଣିବା ପାଇଁ ଆବେଦନ କରିଥିଲା । ଅଭିଯୁକ୍ତ ଗୋପାଳ ଦାସକୁ ଚୌଦ୍ୱାର ଜେଲ୍‌ରେ କଡ଼ାସୁରକ୍ଷା ଭିତରେ ରଖାଯିବ । ଏକ ହାଇ ସିକ୍ୟୁରିଟି ସେଲ୍‌ରେ ଗୋପାଳକୁ ରଖାଯିବ । ଏକ ସ୍ୱତନ୍ତ୍ର ଟିମ୍ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ତଦାରଖ କରିବେ । ଗୋପାଳ ଦାସକୁ ଚୌଦ୍ୱାର ଜେଲ୍ ସ୍ଥାନାନ୍ତରିତ ନେଇ ଜେଲ୍ ଡିଜି କହିଛନ୍ତି, ସ୍ଥାନାନ୍ତର ପାଇଁ ଗୋପାଳ ନିଜେ ଇଚ୍ଛା କରି କୋର୍ଟରେ କହିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking