29.1 C
Bhubaneswar
Saturday, April 27, 2024
Homeଓଡିଶାଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଏଆଇଏମ୍‌ଏସ୍‌ଏସ୍ ର ବିକ୍ଷୋଭ

ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଏଆଇଏମ୍‌ଏସ୍‌ଏସ୍ ର ବିକ୍ଷୋଭ

ବଲାଙ୍ଗିର : ଆଜି ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ଘୁନା ପଂଚାୟତ କମିଟି ତରଫରୁ ଗୁଡଭେଲା ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମଦ ମାଦକ ଦ୍ରବ୍ୟ ସମ୍ପୁର୍ଣ୍ଣ ବନ୍ଦ, ନାରୀ ଓ ଛାତ୍ରୀମାନଙ୍କୁ ସୁରକ୍ଷା ଯୋଗାଇଦେବା । ଛାତ୍ରୀମାନଙ୍କୁ ଆତ୍ମରକ୍ଷା ତାଲିମ ଦେବା, ସମସ୍ତ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି କରିବା, ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି ଆଦି ବିଭିନ୍ନ ଦାବିରେ ଏକ ମହିଳା ଶୋଭାଯାତ୍ରା ଘୁନା ଗ୍ରାମ ପଂଚାୟତ ଠାରୁ ଆରମ୍ଭ ହୋଇ ବ୍ଲକ ଅଫିସ ପର୍ଯ୍ୟନ୍ତ ଯାଇଥିଲା । ଏହି ଅବସରରେ ନାରୀ ନେତ୍ରୀ ତଥା ଅଲ୍ ଇଣ୍ଡିଆ ଏମ୍ ଏସ୍ ଏସ୍ ର ରାଜ୍ୟ ସଂପାଦକୀୟ ମଣ୍ଡଳି ସଭ୍ୟା ମନ୍ଦୋଦରୀ ରାଉଳ ଯୋଗ ଦେଇ ଅଂଚଳକୁ ମଦମୁକ୍ତ କରି ଏକ ସଚେତନ, ସଂଗଠିତ, ମହିଳା ଆନ୍ଦୋଳନ ମାଧ୍ୟମରେ ହିଁ ଗୋଟିଏ ସୁସ୍ଥ ପରିବାର, ସୁସ୍ଥ ସମାଜ ଗଠନ କରାଯାଇ ପାରିବ ବୋଲି ଜନସାଧାରଣଙ୍କୁ ଆହ୍ୱାନ କରିଥିଲେ । ଏଥିରେ ଅଂଚଳର ପ୍ରେମଲତା ପାତ୍ର, ମାମିତା ଭୋଇ, ରେବତୀ ଭୋଇ, କଳ୍ପନା ଭୋଇ, ବୃନ୍ଦାବତୀ ଧରୁଆ ଆଦି ନାରୀ ନେତ୍ରୀ ବକ୍ତବ୍ୟ ରଖିଥିଲେ ଏବଂ ଘୁନା ତଥା ଗୁଡଭେଲା ଅଂଚଳକୁ ମଦମୁକ୍ତ କରିବା ପାଇଁ ଦୃଢ ଦାବି କରିଥିଲେ । ଏହି ଉପଲକ୍ଷେ ଏକ ଦାବିପତ୍ର ବିଡିଓଙ୍କୁ ପ୍ରଦାନ କରାଯାଇଥିଲା । ଏଥିରେ ଅଂଚଳର ଶତାଧିକ ମହିଳା ଅଂଶଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking