28.1 C
Bhubaneswar
Friday, April 26, 2024
Homeଓଡିଶାଆଜି ବିଜୁ ବାବୁଙ୍କ ୧୦୪ତମ ଜନ୍ମ ଜୟନ୍ତୀ

ଆଜି ବିଜୁ ବାବୁଙ୍କ ୧୦୪ତମ ଜନ୍ମ ଜୟନ୍ତୀ

ଭୁବନେଶ୍ୱର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ ଜନ୍ମ ବାର୍ଷିକ । ବିଜୁ ବାବୁଙ୍କ ଜୟନ୍ତୀ ଦିନକୁ ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଉଛି । କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ମିନି ମାରାଥନ ଆୟୋଜିତ ହୋଇଥିଲା । ଏହି ମିନି ମାରାଥନ୍ ଉତ୍ସବ କୁ ଉଦଘାଟନ କରିଥିଲେ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା ।
ଏହି ଦିବସକୁ ବହୁ ଆଡମ୍ବର ସହକାରେ ଦୁଇ ସପ୍ତାହ ବ୍ୟାପୀ ପାଳନ କରାଯିବ । ପଞ୍ଚାୟତଠୁ ନେଇ ପୌରାଞ୍ଚଳ ପର‌୍ୟ୍ୟନ୍ତ ସବୁଠି ସଭା ସମିତି ମାଧ୍ୟମରେ ସରକାରଙ୍କ ଦୁଇ ଦଶନ୍ଧିର ସଫଳ ଯାତ୍ରା ବିଷୟରେ ବଖାଣିବେ ଦଳର ସମସ୍ତ କାର‌୍ୟ୍ୟକର୍ତ୍ତା । ପଞ୍ଚାୟତରାଜ ଦିବସ ବା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ ପାଳନ ପାଇଁ କଟକ ତଳ ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି କରାଯାଇଛି ।
ବିଜୁ ଜୟନ୍ତୀ ସାଙ୍ଗକୁ ନବୀନ ସରକାରର ୨୦ବର୍ଷ ପୂର୍ତି ପାଳିବାକୁ ସବୁ ବିଭାଗ ପ୍ରସ୍ତୁତ ହୋଇଛନ୍ତି । ଦଳର ରାଜ୍ୟ ପରିଷଦ ସଦସ୍ୟ, ଜିଲ୍ଲା ସଭାପତି, ଜିଲ୍ଲା ପରିଷଦ ସଭ୍ୟ, ବିଜେଡ଼ିର ଛାମୁଆ ସଙ୍ଗଠନର ମୁଖ୍ୟଙ୍କୁ ବିଜୁ ଜୟନ୍ତୀ ପାଳନ ନେଇ ନିଜେ ଚିଠି ଲେଖିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ବିଜୁ ଜୟନ୍ତୀ ରାଜ୍ୟର ୩୧୪ ବ୍ଲକରେ ମଧ୍ୟ ପାଳନ କରାଯିବ । ଏହି ଅବସରରେ ବିଜୁ ବାବୁଙ୍କ ସାହାସିକତା ଓ ଆଦର୍ଶ ଏବଂ ଓଡ଼ିଶାକୁ ଭଲ ପାଉଥିବା ବିଷୟରେ ଲୋକଙ୍କୁ ବିଶେଷ କରି ଯୁବପୀଢିଙ୍କୁ ଅବଗତ କରାଯିବ । ନବୀନ ପଟ୍ଟନାୟକଙ୍କ ସରକାରଙ୍କୁ ଏହା ଭିତରେ ୨୦ ବର୍ଷ ବିତିଗଲାଣି । ୨୦୦୦ ମସିହାରୁ ଲାଗାତାର ଭାବେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking