29.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶକରୋନା ଆତଙ୍କ : ସଂସଦରେ ବିବୃତି ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ- ସ୍ଥିତି ସମୀକ୍ଷା କରୁଛନ୍ତି ପ୍ରଧାନମନ୍ତ୍ରୀ

କରୋନା ଆତଙ୍କ : ସଂସଦରେ ବିବୃତି ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ- ସ୍ଥିତି ସମୀକ୍ଷା କରୁଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁକୁ ନେଇ ଆତଙ୍କ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗୁରୁବାର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ସଂସଦରେ କରୋନା ସମ୍ପର୍କରେ ବିବୃତି ପ୍ରଦାନ କରିଛନ୍ତି। ହର୍ଷବର୍ଦ୍ଧନ କହିଛନ୍ତି, ଗତ ଜାନୁୟାରୀ ୧୭ରୁ କରୋନା ଭୂତାଣୁର ମୁକାବିଲା ପାଇଁ ପ୍ରସ୍ତୁତି ଚାଲିଛି। ବର୍ତ୍ତମାନ ସୁଦ୍ଧା ୨୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଇଟାଲୀରୁ ଆସିଥିବା ପର୍ଯ୍ୟଟକ କରୋନା ଦ୍ବାରା ସଂକ୍ରମିତ ହୋଇଛନ୍ତି। ମୁଁ ପ୍ରତିଦିନ ସ୍ଥିତି ସମୀକ୍ଷା କରୁଛି। ଏକ ମନ୍ତ୍ରୀ ଗୋଷ୍ଠୀ ମଧ୍ୟ ସ୍ଥିତି ଉପରେ ନଜର ରଖିଛନ୍ତି। ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ କଡ଼ା ନଜର ରଖିଛନ୍ତି।
ଆଜିର ବୈଠକରେ କ୍ୟାବିନେଟ ସଚିବ, ବୈଦେଶିକ ସଚିବ, ସ୍ୱାସ୍ଥ୍ୟ, ବେସାମରିକ ବିମାନ ଚଳାଚଳ, ସୂଚନା ଓ ପ୍ରସାରଣ, ଜାହାଜ ଚଳାଚଳ, ପର୍ଯ୍ୟଟନ ମନ୍ତ୍ରଣାଳୟର ସଚିବଙ୍କ ସମେତ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣର ଅଧ୍ୟକ୍ଷ, ଗୃହ ମନ୍ତ୍ରଣାଳୟ ଅଧୀନ ସୀମା ପରିଚାଳନା ବିଭାଗ ସଚିବ ଏବଂ ପ୍ରତିରକ୍ଷା ବାହିନୀ, ଏନଡିଏମଏ, ନୀତି ଆୟୋଗ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।ଅଧିକ ଜନସଂଖ୍ୟା ଏବଂ ରୋଗର ଉତ୍ପତିସ୍ଥଳ ଠାରୁ କମ ଦୂରତାରେ ଥିଲେ ହେଁ ଭାରତରେ ରୋଗ ସଂକ୍ରମଣ ନିରାକରଣ ପାଇଁ ବର୍ତମାନ ସୁଦ୍ଧା ନିଆଯାଇଥିବା ସକ୍ରିୟ ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଥିଲେ। ତେବେ ରାଜ୍ୟ ସରକାରଙ୍କ ସହ ଭାଗିଦାରୀ ଜରିଆରେ କେନ୍ଦ୍ର-ରାଜ୍ୟ ସମନ୍ୱୟ ଜରିଆରେ ଆହୁରି ପ୍ରଭାବୀ ପଦକ୍ଷେପ ଗ୍ରହଣ କରିବା ଲାଗି ଏହି ବୈଠକରେ ନିଷ୍ପତି ନିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking