31.1 C
Bhubaneswar
Friday, March 29, 2024
Homeଓଡିଶାଟିଟିଲାଗଡକୁ ହରାଇ ନବକିଶୋର ବିଜୟୀ

ଟିଟିଲାଗଡକୁ ହରାଇ ନବକିଶୋର ବିଜୟୀ

ବଲାଙ୍ଗିର : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଚାଲିଥିବା ଓସିଏ ଭିଜନ-୨୦୨୪ ସିନିୟର ଇଣ୍ଟ୍ରାକ୍ଳବ କ୍ରିକେଟ ଟୁଣ୍ଣାମେଣ୍ଟ ସୁପରଲିଗ୍ ପର୍ଯ୍ୟାୟର ଦ୍ୱିତୀୟ ମ୍ୟାଚରେ ଟିଟିଲାଗଡ ଓ ନବକିଶୋର ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ୨୩.୫ ଓଭରରେ ସମସ୍ତ ଉଇକେଟ ହରାଇ ୮୨ ରନ୍ ସଂଗ୍ରହ କରିଥିଲେ । ଦଳପକ୍ଷରୁ କ୍ଷିରୋଦ ପଟ୍ଟନାୟ ସର୍ବାଧିକ ୧୭ ରନ୍ କରିଥିଲେ । ନବକିଶୋର ପକ୍ଷରୁ ସଫଲ ବୋଲରଭାବେ ବାବୁଲୁ ସେଠୀ ୩ଗୋଟି ଜିତେନ୍ଦ୍ର ଥପା, ଅଶୁଂମାନ ମିଶ୍ର ଓ ଜୟକିଶନ ପଟ୍ଟନାୟକ ୨ଗୋଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ । ଜବାବରେ ନବକିଶୋର ଦଳ ୧୫ ଓଭରରେ ଗୋଟିଏ ଉଇକେଟ ବିନିମୟରେ ଆବଶ୍ୟକିୟ ୮୩ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲେ । ଦଳ ପକ୍ଷରୁ ଆୟୁଷ୍କାନ୍ତ ପଣ୍ଡା (ଅପରାଜିତ) ୩୫ ରନ୍ , ଅଶୁଂମାନ ମିଶ୍ର (ଅପରାଜିତ)୧୬ ଓ ବାବୁଲୁ ସେଠୀ ୨୩ ରନ୍ ସଂଗ୍ରହ କରିଥିଲେ । ଆଜିର ଏହି ମ୍ୟାଚକୁ ସମିର ପାଣିଗ୍ରାହୀ ଓ ମୁକେଶ ସ୍ୱାଇଁ ପରିଚାଲନା କରିଥିବାବେଳେ ଅନ୍‌ଲାଇନ ସ୍କୋର୍ ଭାବରେ ସୁଶିଲ କୁମାର ସୁନ୍ଦରାୟ ଦାୟିତ୍ୱ ବହନ କରିଥିଲେ ।
https://onakhabar.com/2020/03/05/congratulations-to-the-hockey-team-of-balangir/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking