28.1 C
Bhubaneswar
Saturday, April 27, 2024
Homeଓଡିଶାଆଜିଠାରୁ ଭୁବନେଶ୍ୱର ଏମ୍ସ ଓପିଡି ଖୋଲିଲା

ଆଜିଠାରୁ ଭୁବନେଶ୍ୱର ଏମ୍ସ ଓପିଡି ଖୋଲିଲା

ଭୁବନେଶ୍ୱର : ଆଜିଠାରୁ ଭୁବନେଶ୍ୱର ଏମ୍ସ ଓପିଡି ଖୋଲିଛି। କରୋନାର ଦ୍ୱିତୀୟ ଲହର ଯୋଗୁଁ ବନ୍ଦ ଥିବା ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନର ବର୍ହିବିଭାଗ ଆଜି ଖୋଲିଛି । ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରାରମ୍ଭିକ ପର୍ଯ୍ୟାୟରେ ଅଧିକ ରୋଗୀଙ୍କୁ ଚିକିତ୍ସା ପାଇଁ ଅନୁମତି ମିଳିବ ନାହିଁ । ପ୍ରତି ବିଭାଗ ବହିର୍ବିଭାଗରେ ଦୈନିକ ୪୦ ରୁ ୫୦ ଲେଖାଏଁ ରୋଗୀଙ୍କୁ ଚିକିତ୍ସା କରାଯିବ ବୋଲି ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ତାଲାବନ୍ଦ ଖୋଲିବାର ପରବର୍ତ୍ତୀ ସମୟରେ ସ୍ଥିତି ଉପରେ ସମୀକ୍ଷା କରାଯାଇ ବହି ର୍ବିଭାଗ ଧୀରେ ଧୀରେ ଅଧିକ ରୋଗୀଙ୍କ ଚିକିତ୍ସା ପାଇଁ ଅନୁମତି ଦିଆଯିବ। ଏମ୍ସ ପକ୍ଷରୁ କୁହାଯାଇଛି ଯେ, ଡାକ୍ତର, ରୋଗୀ, ସମ୍ପର୍କୀୟ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇ ଏପ୍ରିଲ ୨୬ ତାରିଖରୁ ଅସ୍ଥାୟୀ ଭାବେ ଓପିଡିକୁ ବନ୍ଦ ରଖାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking