28.9 C
Bhubaneswar
Sunday, May 5, 2024
Homeଓଡିଶାଦଶମ ଶ୍ରେଣୀ ଛାତ୍ର ମୁକୁଳା ଡ୍ରେନରେ ଭାସିଯାଇ ମୃତ୍ୟୁବରଣ କରିବା ଘଟଣାରେ ଏଆଇଡିଏସଓ ପକ୍ଷରୁ ବିକ୍ଷୋଭ...

ଦଶମ ଶ୍ରେଣୀ ଛାତ୍ର ମୁକୁଳା ଡ୍ରେନରେ ଭାସିଯାଇ ମୃତ୍ୟୁବରଣ କରିବା ଘଟଣାରେ ଏଆଇଡିଏସଓ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର – ଗତକାଲି ଅପରାହ୍ନରେ ଭୁବନେଶ୍ବର ଶତାବ୍ଦୀ ନଗର ବ୍ୟାଙ୍କ କଲୋନୀର ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିପ୍ରକାଶ ବେହେରା ମୁକୁଳା ଡ୍ରେନରେ ଭାସିଯାଇ ମୃତ୍ୟୁବରଣ କରିବା ଘଟଣାର ଦୃଢ ପ୍ରତିବାଦ କରି ଆଜି ଏଆଇଡିଏସଓ ଭୁବନେଶ୍ୱର ସିଟି କମିଟି ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଗଠନ ପକ୍ଷରୁ ମୃତ୍ୟୁ ବରଣ କରିଥିବା ଛାତ୍ରଙ୍କ ପରିବାରକୁ ସର୍ବନିମ୍ନ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଯୋଗାଇ ଦେବା ସହିତ ବର୍ଷ ବର୍ଷ ଧରି ବିପଦ ସଙ୍କୁଳ ଅବସ୍ଥାରେ ପଡ଼ିରହିଥିବା ଡ୍ରେନଗୁଡ଼ିକ ପାଇଁ ଦାୟୀ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ଅବିଳମ୍ବେ ଡ୍ରେନଗୁଡ଼ିକର ମରାମତି କରି ସେଗୁଡିକୁ ଢାଙ୍କିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଛି। ସଂଗଠନର ସିଟି କମିଟି ସଭାପତି ନସିମ ସରକାରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବିକ୍ଷୋଭ ସଭାରେ ରାଜ୍ୟ ସଭାପତି ଗଣେଶ ତ୍ରିପାଠୀ, ସିଟି ସଂପାଦିକା ସ୍ବସ୍ତୀ ସଙ୍ଗୀତା ଦଳାଇ, ଉପସଭାପତି ସପ୍ତର୍ଶିନୀ ରାଉଳ, ବାଣୀବିହାର ଛାତ୍ରନେତା ଅବିନାଶ ଦାସ ପ୍ରମୁଖ ଯୋଗ ଦେଇ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହିତ ବିଏମସି କର୍ତ୍ତୃପକ୍ଷଙ୍କ ଅପରାଧୀସୁଲଭ ଦାୟିତ୍ଵହୀନତା ପାଇଁ ସ୍ବଳ୍ପ ବର୍ଷାରେ ଭୁବନେଶ୍ୱର ଉବୁଟୁବୁ ହେବା ସହିତ ପ୍ରାୟ ପ୍ରତିବର୍ଷ ଜୀବନ ହାନି ହେଉଛି ବୋଲି କ୍ଷୋଭ ପ୍ରକାଶ କରିଥିଲେ। ଏହି ସମସ୍ୟାର ତୁରନ୍ତ ସମାଧାନ କରାନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking