37.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶବାଙ୍ଗାଲୋରକୁ ୯ ୱିକେଟରେ ହରାଇଲା କେକେଆର୍‌

ବାଙ୍ଗାଲୋରକୁ ୯ ୱିକେଟରେ ହରାଇଲା କେକେଆର୍‌

ଆବୁଧାବି : ଆବୁଧାବିର ଶେଖି ଜାୟେଦ୍ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୧ର ୩୧ତମ ମ୍ୟାଚରେ କୋଲକତା ବାଙ୍ଗାଲୋରକୁ ୯ ୱିକେଟରେ ପରାସ୍ତ କରିଛି । ବାଙ୍ଗାଲୋର ଦ୍ୱାରା ରଖାଯାଇଥିବା ୯୩ରନ୍‌ର ବିଜୟ ଲକ୍ଷ୍ୟକୁ କୋଲକାତା ୧୦ମ ଓଭରରେ ଗୋଟିଏ ମାତ୍ର ୱିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ଶୁଭମନ ଗିଲ୍ ୪୮, ଭେଙ୍କଟେଶ ଆୟାର ୪୧ ରନ୍ କରିଥିଲେ ।

ଟସ ଜିତି ପ୍ରଥମେ ବ୍ୟାଟି କରିଥିବା ବିରାଟଙ୍କ ଦଳ ପ୍ରଥମରୁ ହିଁ ଅଧିନାୟକ ବିରାଟ କୋହଲିଙ୍କୁ ହରାଇ ବିପଦର ସମ୍ମୁଖୀନ ହୋଇଥିଲା । ତେବେ ଦେବୀଦତ୍ତ ପାଡିକଲ ଓ ଶ୍ରୀକର ଭାରତ ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । କିନ୍ତୁ ଏହି ଯୋଡ଼ି ପ୍ୟାଭିଲିୟନ୍ ଫେରିବା ପରେ ଆରସିବିର ବଡ଼ ସ୍କୋର ଆଶା ଧୂଳିସାତ୍ ହୋଇଯାଇଥିଲା ।

ପାଡିକଲ(୨୨)ଙ୍କୁ ଲକି ଫର୍ଗୁସନ୍ ପ୍ୟାଭିଲିୟନ୍ ପଠାଇଥିବା ବେଳେ ଭାରତ (୧୬)ଙ୍କୁ ଆନ୍ଦ୍ରେ ରସେଲ୍ ଆଉଟ୍ କରିଥିଲେ । ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଏବି ଡି’ଭିଲିୟର୍ସ ଓ ଗ୍ଲେନ୍ ମ୍ୟାକ୍ସୱେଲ୍ ପୂରା ନିରାଶ କରିଥିଲେ । ଡି’ଭିଲିୟର୍ସ ଆସୁ ଆସୁ ରସେଲଙ୍କ ଦ୍ୱାରା କ୍ଲିନ୍ ବୋଲ୍ଡ ହୋଇଥିଲେ । ମ୍ୟାକ୍ସୱେଲ ମଧ୍ୟ ସୁଯୋଗର ଫାଇଦା ଉଠାଇପାରିନଥିଲେ ଏବଂ ମାତ୍ର ୧୦ ରନ୍ କରି ବରୁନ ଚକ୍ରବର୍ତ୍ତୀଙ୍କ ବଲରେ ବୋଲ୍ଡ ହୋଇ ପ୍ୟାଭିଲିୟନ୍ ଫେରିଥିଲେ । ଲୋୟର୍ ଅର୍ଡରରେ ସଚିନ ବେବି (୭), ପ୍ରଥମଥର ଆଇପିଏଲ୍ ଖେଳୁଥିବା ୱାନିନ୍ଦୁ ହସରଙ୍ଗା (୦), କାଇଲ୍ ଜେମିସନ୍ (୪), ହର୍ଷଲ୍ ପଟେଲ୍ (୧୨), ମହମ୍ମଦ ସିରାଜ (୮) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ । ୟୁଜବେନ୍ଦ୍ର ଚହଲ୍ ୨ ରନ୍ କରି ଅପରାଜିତ ଥିଲେ । କିନ୍ତୁ ଦଳର ମଧ୍ୟକ୍ରମ ଓ ନିମ୍ନ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନମାନେ ବିଫଳ ହେବା ପରେ ଦଳ ୧୯ ଓଭରରେ ମାତ୍ର ୯୨ ରନ କରି ଅଲଆଉଟ ହୋଇଯାଇଥିଲା । ଦଳର ୭ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁପାରି ନଥିଲେ । କୋଲକତା ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ଓ ଆନ୍ଦ୍ରେ ରସେଲ ୩ଟି ଲେଖାଏଁ ଓ ଫର୍ଗୁସନ ୨ଟି ୱିକେଟ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking