29.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶ୨୦୨୪ ନିର୍ବାଚନରେ ନିଜ କମାଲ୍ ଦେଖାଇବ ଏଆଇ ଟେକ୍ନୋଲୋଜି; ସାମ୍ନାକୁ ଆସିବେ ବହୁ ଦିବଂଗତ ନେତା

୨୦୨୪ ନିର୍ବାଚନରେ ନିଜ କମାଲ୍ ଦେଖାଇବ ଏଆଇ ଟେକ୍ନୋଲୋଜି; ସାମ୍ନାକୁ ଆସିବେ ବହୁ ଦିବଂଗତ ନେତା

ନୂଆଦିଲ୍ଲୀ:ଲୋକସଭା ନିର୍ବାଚନ-୨୦୨୪କୁ ଆଉ ମାତ୍ର ଅଳ୍ପ କିଛି ସମୟ ବାକି ରହିଥିବା ବେଳେ ଦୈନିକ କିଛି ନା କିଛି ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିବାରେ ଲାଗିଛି । ସଦ୍ୟ ହସ୍ତଗତ ହୋଇଥିବା ରିପୋର୍ଟ ଅନୁସାରେ ଅନେକ ରାଜନୈତିକ ଦଳ ଏବେ ନିର୍ବାଚନୀ ପ୍ରଚାର କାର୍ଯ୍ୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଟେକ୍ନୋଲୋଜିର ବହୁଳ ବ୍ୟବହାର କରିବାକୁ ଯୋଜନା କରୁଥିବା ଜଣାପଡିଛି । ଏମାନେ ଏଆଇ ଟେକ୍ନୋଲୋଜି ଦ୍ୱାରା ନିଜ ଦଳର ବହୁ ଦିବଂଗତ ନେତାମାନଙ୍କୁ ଭର୍ଚ୍ଚୁଆଲ ଭାବେ ଜୀବନ୍ତ କରିବା ସହ ସେମାନଙ୍କୁ ନିର୍ବାଚନୀ ମୈଦାନରେ ପ୍ରଚାର କାର୍ଯ୍ୟରେ ନିୟୋଜିତ କରିବାକୁ ଚିନ୍ତା କରିଛନ୍ତି । ସ୍ପଷ୍ଟ ଭାବେ କହିଲେ ବର୍ତ୍ତମାନ ସମୟରେ ମୃତ୍ୟୁବରଣ କରିସାରିଥିବା ନିଜ ଦଳର ଲୋକପ୍ରିୟ ନେତାମାନଙ୍କୁ ଜୀବନ୍ତ ଭାବେ ପ୍ରତିପାଦିତ କରି ସେମାନଙ୍କ ଦ୍ୱାରା ଦଳୀୟ ପ୍ରଚାର କରାଇବାକୁ କିଛି ରାଜନୈତିକ ଦଳ ଚିନ୍ତା କରିବା ସହ ପ୍ରୟାସ ଆରମ୍ଭ କରିଦେଇଥିବା ଜଣାପଡିଛି ।
୧୮ତମ ଲୋକସଭା ପାଇଁ ଦେଶବ୍ୟାପୀ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ । ତେବେ ନିର୍ବାଚନରେ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଏଆଇ ଜ୍ଞାନକୌଶଳ ଦ୍ୱାରା ଲୋକପ୍ରିୟ ସ୍ୱର୍ଗତଃ ନେତାମାନଙ୍କ ପ୍ରତିମୂର୍ତ୍ତି ବିକଶିତ କରାଯାଇ ସେମାନଙ୍କ ଦ୍ୱାରା ନିର୍ବାଚନୀ ପ୍ରଚାର କରାଇବାର ଅଭିନବ ଚିନ୍ତାଧାରା ଏବେ ରାଜନୈତିକ ଦଳଙ୍କ ମୁଣ୍ଡରେ ପଶିଛି । ଏଥିପାଇଁ ଅନେକ ରାଜନୈତିକ ଦଳଗୁଡ଼ିକ ଏବେ ଏଆଇ ଟେକ୍ନୋଲୋଜି ସହ ଜଡିତ ସଂସ୍ଥାଙ୍କ ସହ ମଧ୍ୟ ଆଲୋଚନା କରିବା ଆରମ୍ଭ କରିଦେଇଛନ୍ତି । ତେବେ ଯେଉଁସବୁ ରାଜନୈତିକ ଦଳ ଏଭଳି ଅଭନବ ଉପାୟକୁ କାର୍ଯ୍ୟକାରୀ କରିବାକୁ ଚିନ୍ତା କରିଛି ସେମାନଙ୍କ ମଧ୍ୟରେ ଶାସକ ଦଳ ବିଜେପି ସର୍ବାଗ୍ରେ ରହିଥିବା ବେଳେ ଦ୍ୱିତୀୟରେ କଂଗ୍ରେସ ରହିଛି । ବିଜେପି, କଂଗ୍ରେସକୁ ବାଦ୍ ଦେଲେ ମଧ୍ୟ ଅନେକ ରାଜନୈତିକ ଦଳ ମଧ୍ୟ ଏଆଇ ଟେକ୍ନୋଲୋଜିର ଏପ୍ରକାର ବ୍ୟବହାର କରିବା ନେଇ ଚିନ୍ତା କରୁଥିବା ଜଣାପଡିଛି ।
ରିପୋର୍ଟ ଅନୁସାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ, ଅରୁଣ ଜେଟ୍‌ଲୀ, ସୁଷମା ସ୍ୱରାଜ, କଲ୍ୟାଣ ସିଂହଙ୍କ ଭଳି ନେତାଙ୍କୁ ଏଆଇ ଟେକ୍ନୋଲୋଜି ମାଧ୍ୟମରେ ଜୀବନ୍ତ କରାଯିବା ଏବଂ ସେମାନଙ୍କ ଦ୍ୱାରା ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମ ଚଳାଇବା ନେଇ ଯୋଜନା କରିଛି ବିଜେପି । ସେହିପରି କଂଗ୍ରେସ ପକ୍ଷରୁ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହରୁ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍‌ଙ୍କ ଭଳି ନେତାମାନଙ୍କ ପ୍ରତିକୂର୍ତ୍ତିକୁ ଜୀବନ୍ତ ରୂପ ଦିଆଯାଇ ନିର୍ବାଚନୀ ପ୍ରଚାର କାର୍ଯ୍ୟରେ ନିୟୋଜିତ କରାଯିବ । ତେବେ ଏସବୁ ଦିବଂଗତ ନେତୃବୃନ୍ଦଙ୍କ ପ୍ରତିଛବିକୁ ବ୍ୟବହାର କରି ରାଜନୈତିକ ଦଳଗୁଡ଼ିକ ନିଜ ପାଇଁ ଦେଶବାସୀଙ୍କ ନିକଟରେ ଭୋଟ୍ ଭିକ୍ଷା କରିବେ । ସୂଚନାଯୋଗ୍ୟ, ପ୍ରଚାର ପାଇଁ ଜୀବନ୍ତ କରାଯାଉଥିବା ସ୍ୱର୍ଗତଃ ନେତାଙ୍କ କଣ୍ଠସ୍ୱର ମଧ୍ୟ ସମ୍ପୃକ୍ତ ନେତାମାନଙ୍କ କଣ୍ଠସ୍ୱର ଭଳି ହିଁ ହେବ, ଯାହଦ୍ୱାରା ଭୋଟରଙ୍କ ଏହି ପ୍ରତିକାତ୍ମକ ମହାପୁରୁଷମାନେ ସିଧାସଳଖ କଥାବାର୍ତ୍ତା କରିପାରିବେ । ଏହାକୁ ଏଆଇ ଜ୍ଞାନକୌଶଳ ଦ୍ୱାରା ବିକଶିତ କରାଯିବ । ଏଆଇ ଟେକ୍ନୋଲୋଜିକୁ ନେଇ ବର୍ତ୍ତମାନ ସମୟରେ କେତେକ ଆହ୍ୱାନ ରହିଥିଲେ ମଧ୍ୟ ଏହା ଭୋଟରଙ୍କୁ ଆକର୍ଷିତ କରିବାକୁ ସକ୍ଷମ ହେବ ବୋଲି ବିଭିନ୍ନ ରାଜନୈତିକ ଦଳପକ୍ଷରୁ ଚିନ୍ତା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking