30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଗାଜା ଉପରେ ପୁଣି ଆକ୍ରମଣ, ୬ ମୃତ

ଗାଜା ଉପରେ ପୁଣି ଆକ୍ରମଣ, ୬ ମୃତ

ଜେରୁଜେଲମ : ଗୋଟିଏ ଦିନର ବିରତିପରେ ଇସ୍ରାଏଲ ପକ୍ଷରୁ ବୁଧବାର ପାଲେଷ୍ଟାଇନର ଗାଜା ସହର ଉପରେ ପୁଣି କ୍ଷେପଣାସ୍ତ୍ର ମାଡ କରାଯାଇଛି । ଏଥିରେ ୬ ଜଣ ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଇଥିବାବେଳେ ଏକାଧିକ ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଛି । ସମସ୍ତ ଆନ୍ତର୍ଜାତିକ ଚାପ ସତ୍ତ୍ୱେ ଇସ୍ରାଏଲ କିନ୍ତୁ ଏହି ଅଭିଯାନରୁ ପଛକୁ ହଟୁନାହିଁ । ବୁଧବାର ଇସ୍ରାଏଲ ବାୟୁସେନା ପକ୍ଷରୁ ଚେତାବନୀ ମିଳିବାପରେ ଗୋଟିଏ ଅଟ୍ଟାଳିକାରେ ବାସ କରୁଥିବା ପରିବାରର ୪୦ ଜଣ ସଦସ୍ୟ ପ୍ରାଣ ବିକଳରେ ସୁରକ୍ଷିତ ସ୍ଥାନକୁ ଚାଲିଯିବାପରେ ଇସ୍ରାଏଲର ଯୁଦ୍ଧବିମାନ କ୍ଷେପଣାସ୍ତ୍ର ମାଡକରି ଏହାକୁ ଧରାଶାୟୀ କରିଥିଲା ।

ଇସ୍ରାଏଲ ପକ୍ଷରୁ ଇତିମଧ୍ୟରେ ଖାନ୍ ୟୁନୁସ ଓ ରାଫା ସହରରେ ଥିବା ହାମାସ ସଂଗଠନର ୪୦ଟି ଭୂତଳ ଆଡ୍ଡାସ୍ଥଳୀ ଉପରେ ବିମାନ ଆକ୍ରମଣ କରାଯାଇ ସେଗୁଡିକୁ ଧ୍ୱଂସ କରାଯାଇଥିବା ଜଣାପଡିଛି । ଚଳିତମାସ ୧୦ରୁ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଲଡେଇ ଆରମ୍ଭ ହୋଇଥିବାବେଳେ ଏପର୍ଯ୍ୟନ୍ତ ପାଲେଷ୍ଟାଇନର ୨୧୯ ଜଣ ନାଗରିକ ପ୍ରାଣ ହରାଇଥିବାବେଳେ ୧୫୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ୫୮୦୦୦ ଲୋକ ବାସଚ୍ୟୁତ ହୋଇଥିବାବେଳେ ମହିଳା ଓ ଶିଶୁଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି ।

ବାସଚ୍ୟୁତଙ୍କୁ ଜାତିସଂଘ ଦ୍ୱାରା ପରିଚାଳିତ ବିଭିନ୍ନ ସ୍କୁଲରେ ଆଶ୍ରୟ ଦିଆଯାଇଛି । ଇସ୍ରାଏଲ ଉପରେ ଚାପ ପକାଇବାକୁ ଜାତିସଂଘ ସମେତ ଏକାଧିକ ରାଷ୍ଟ୍ର ଚାପ ପ୍ରୟୋଗ କରୁଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ । ଅପରପକ୍ଷରେ ଲକ୍ଷ୍ୟ ପୂରଣ ନହେବାପର୍ଯ୍ୟନ୍ତ ଆକ୍ରମଣ ଜାରି ରହିବ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଧମକ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking