31.1 C
Bhubaneswar
Tuesday, May 7, 2024
Homeଓଡିଶା୨ୟ ଡୋଜ୍ ପରେ ସଂକ୍ରମଣର ଆଶଙ୍କା କମ୍‌

୨ୟ ଡୋଜ୍ ପରେ ସଂକ୍ରମଣର ଆଶଙ୍କା କମ୍‌

ଭୁବନେଶ୍ୱର: କୋଭିଡ ସ୍ଥିତି ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ତାଜା ସୂଚନା ପ୍ରଦାନ କରିଛନ୍ତି । ଏଣିକି ସପ୍ତାହରେ ୫ ଦିନ ଟିକାକରଣ କରାଯିବ । ଶନିବାର ଏବଂ ରବିବାର ବନ୍ଦ ରହିବ । ଶନି ଏବଂ ରବିବାର ଦିନ ଟିକାକରଣ କେନ୍ଦ୍ରକୁ ସାନିଟାଇଜ କରାଯିବ । ମେ ୧ରୁ ଘରୋଇ ହସ୍ପିଟାଲ କମ୍ପାନୀଠାରୁ ସିଧାସଳଖ ଟିକା ଆଣିବେ । କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଟିକାର ଦର ଧାର୍ଯ୍ୟ ହେବ । ରେଜିଷ୍ଟ୍ରେସନ ବେଳେ ଆପରେ ଟିକାର ମୂଲ୍ୟ ଦେଖିହେବ । ଆଜି ୭ ଶହ କେନ୍ଦ୍ରରେ ଟିକାକରଣ ଚାଲିଛି ବୋଲି ନିର୍ଦ୍ଦେଶକ କହିଛନ୍ତି । ରାଜ୍ୟରେ ୫୪ ଲକ୍ଷ ୪୧ ହଜାର ୪୭୮ ଜଣଙ୍କୁ ଟିକା ଦିଆଯାଇଛି । ପ୍ରାୟ ୫୦ ଜଣ ବ୍ୟକ୍ତି ଭ୍ୟାକ୍ସିନ ନେବା ପରେ ସଂକ୍ରମିତ ହୋଇଛନ୍ତି । ଦ୍ୱିତୀୟ ଡୋଜ୍ ପରେ ବିଶେଷ କେହି ସଂକ୍ରମିତ ହୋଇନାହାନ୍ତି ।

ସୂଚନାଯୋଗ୍ୟ ରାଜ୍ୟରେ ଆଜି ୬୨୧୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୬୨୧୫ ମଧ୍ୟରୁ କ୍ୱାରେଣ୍ଟିନରୁ ୩୬୦୪ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ ୨୬୧୧ ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୫୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ୬୮୪, କଳାହାଣ୍ଡିରୁ ୬୮୨, ନୂଆପଡାରୁ ୪୪୬, କଟକରୁ ୩୮୩, ପୁରୀରୁ ୩୦୬, ବରଗଡରୁ ୨୬୮, ସମ୍ବଲପୁରରୁ ୨୬୩, ଝାରସୁଗୁଡାରୁ ୨୬୧, ନବରଙ୍ଗପୁରରୁ ୨୫୭, ବଲାଙ୍ଗୀରରୁ ୨୧୧, ଷ୍ଟେଟପୁଲରୁ ୧୯୩, ଅନୁଗୁଳରୁ ୧୭୩, କେନ୍ଦୁଝରରୁ ୧୫୭, ମୟୁରଭଂଜରୁ ୧୧୫, ଭଦ୍ରକରୁ ୮୬, ଯାଜପୁରରୁ ୮୫, ନୟାଗଡରୁ ୮୨, ବାଲେଶ୍ୱରରୁ ୭୯, ରାୟଗଡାରୁ ୭୦, ଗଂଜାମରୁ ୬୭, ସୁବର୍ଣ୍ଣପୁରରୁ ୬୫, ଜଗତସିଂହପୁରରୁ ୬୨, କୋରାପୁଟରୁ ୫୮, ଗଜପତିରୁ ୪୭, କେନ୍ଦ୍ରପଡାରୁ ୪୧, କନ୍ଧମାଳରୁ ୩୪, ଦେବଗଡରୁ ୩୩, ମାଲକାନଗିରିରୁ ୨୧, ବୌଦ୍ଧରୁ ୨୦, ଢେଙ୍କାନାଳରୁ ୧୬ ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୯୪ ହଜାର ୬୯୪କୁ ବୃଦ୍ଧି ପାଇଛି । ଆକ୍ଟିଭ କେସ ୩୯୧୧୭ ରହିଥିବା ବେଳେ ସୁସ୍ଥ ହେଲେଣି ୩ ଲକ୍ଷ ୫୩ ହଜାର ୫୫୧ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking