31.1 C
Bhubaneswar
Sunday, May 19, 2024
Homeକରୋନାପଶ୍ଚିମବଙ୍ଗରେ ୪ ରାଲି ବାତିଲ କଲେ ମୋଦି

ପଶ୍ଚିମବଙ୍ଗରେ ୪ ରାଲି ବାତିଲ କଲେ ମୋଦି

କୋଲକାତା: କରୋନା ସଂକଟ ମଧ୍ୟରେ ଅକ୍ସିଜେନ ପାଇଁ ଚାରିଆଡେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗରେ ନିର୍ବାଚନ ପାଇଁ ନିଜ ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି । କୋଲକାତାର ଶହୀଦ ମୀନାରରେ ତାଙ୍କ ରାଲି ର ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ଥିଲା । ପ୍ରଧାନମନ୍ତ୍ରୀ ଶୁକ୍ରବାର ନିଜର ପ୍ରସ୍ତାବିତ ପଶ୍ଚିମବଙ୍ଗ ଗସ୍ତ ବାତିଲ କରିଛନ୍ତି । କାରଣ କରୋନାର ବର୍ତମାନ ସ୍ଥିତିରେ ସମୀକ୍ଷା ପାଇଁ ସେ ଏକ ଉଚ୍ଚସ୍ତରୀୟ ବୈଠକ କରିବେ । ମୋଦି ଟ୍ୱିଟ କରି କହିଛନ୍ତି, ‘କୋଭିଡ ୧୯ ର ବର୍ତମାନ ସ୍ଥିତି ପାଇଁ ମୁଁ କାଲି ଏକ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିବେ । ଏଥିପାଇଁ ମୁଁ ପଶ୍ଚିମବଙ୍ଗ ଯାଇପାରିବି ନାହିଁ’ ।
ଏହାପରେ ପିଏମ ମୋଦିଙ୍କ ଆଉ ଏକ ଟ୍ୱିଟ ଆସିଥିଲା, ଯେଉଁଥିରେ କୁହାଯାଇଥିଲା, ଶୁକ୍ରବାର ଭିଡିଓ କନଫରେନ୍ସିଂ ଜରିଆରେ ଲୋକଙ୍କୁ ସମ୍ବୋଧିତ କରିବେ । ତାଙ୍କର କାର୍ଯ୍ୟକ୍ରମରେ ଶୁକ୍ରବାର ସେ ବଙ୍ଗଳାର ୪ ଜିଲ୍ଲାରେ ୪ ରାଲି କରିବାର ଥିଲା । କୁହାଯାଉଥିଲା ଯେ, ପିଏମଙ୍କ ଏହି ୪ ରାଲି ମଧ୍ୟରୁ ୫୬ ବିଧାନସଭା କଭର ହୋଇଥାନ୍ତା । ହେଲେ କରୋନା ନେଇ ଉଚ୍ଚସ୍ତରୀୟ ବୈଠକ ପରେ ତାଙ୍କୁ ଯାତ୍ରା ବାତିଲ କରିବାକୁ ପଡିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking