29.1 C
Bhubaneswar
Saturday, April 27, 2024
Homeଓଡିଶାଡଙ୍ଗାବୁଡ଼ି ଘଟଣା : ୫ ଦିନ ପରେ ଯୁବତୀଙ୍କ ଶବ ଉଦ୍ଧାର

ଡଙ୍ଗାବୁଡ଼ି ଘଟଣା : ୫ ଦିନ ପରେ ଯୁବତୀଙ୍କ ଶବ ଉଦ୍ଧାର

 
ଫୁଲବାଣୀ :କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଡ୍ୟାମରେ ଡଙ୍ଗା ବୁଡି ନିଖୋଜ ଥିବା ଯୁବତୀ ସୁନୀତା ଝାଙ୍କର ମୃତଦେହ ସୋମବାର ୫ ଦିନ ପରେ ଉଦ୍ଧାର କରାଯାଇଛି । ଯେଉଁ ସ୍ଥାନରେ ଡଙ୍ଗାଟି ବୁଡ଼ିଥିଲା ତାହାର ବିପରୀତ ଦିଗରୁ ଦମକଳ ବାହିନୀ ଓ ଓଡ଼୍ରାଫ୍ ଟିମ୍ ଶବକୁ ଉଦ୍ଧାର କରିଥିବା ଜଣାପଡିଛି । ଡ୍ୟାମର ଏକ ଦିଗରେ କିଛି ଗୋଲାପୀ ରଙ୍ଗ ଦେଖାଯିବାରୁ ସେଠାରେ ରାତି ତମାମ୍ ଅପେକ୍ଷା କରିଥିବା ପରିବାର ଲୋକେ ଦମକଳ ଓ ଓଡ଼୍ରାଫ୍ ଟିମକୁ ଜଣାଇଥିଲେ । ସଙ୍ଗେ ସଙ୍ଗେ ଏକ ଟିମ୍ ସେଠାରେ ପହଞ୍ôଚବା ସହିତ ଉକ୍ତ ସ୍ଥାନରୁ ମୃତ ସୁନୀତାଙ୍କର ଶବ ଉଦ୍ଧାର କରିଥିଲେ । ଘଟଣା ସ୍ଥଳରେ ଖଜୁରିପଡ଼ା ତହସିଲଦାର ମନୋଜ କୁମାର ପାଢୀ, ସଦର ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ  ଓ ଖଜୁରିପଡ଼ା ଥାନା ଅଧିକାରୀ ରମାକାନ୍ତ ପାତ୍ରଙ୍କ ସମେତ ଦମକଳ ବାହିନୀ ଓ ଓଡ଼୍ରାଫ୍ ଦଳର ଅଧିକାରୀମାନେ ଉପସ୍ଥିତ ଥିଲେ । ପୁଲିସ୍ ଶବ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲା । ସେଠାରେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ଗ୍ରାମ ଶ୍ମଶାନରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା  । ଏଥିରେ ପରିବାରର ବହୁ ସଦସ୍ୟଙ୍କ ସମେତ ଗ୍ରାମବାସୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।
ସୂଚନା ଯୋଗ୍ୟ ଯେ, ଗତ ୨ ତାରିଖରେ ଖଜୁରିପଡା ଥାନା ଦୁତିପଡାର ପଞ୍ଚାୟତ ଅନ୍ତର୍ଗତ ବନ୍ଧସାହିର ପ୍ରାୟ ୩୦ଜଣ ଯୁବକ ଯୁବତୀ ଡ୍ୟାମକୁ ଭୋଜି କରିବାକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣ ଯୁବକ ଓ ୪ ଜଣ ଯୁବତୀ ସେଠାରେ ଥିବା ଏକ ପରିତ୍ୟକ୍ତ ମାଛଧରା ଡଙ୍ଗାରେ ବୁଲୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ସେମାନଙ୍କ ମଧ୍ୟରୁ ୫ ଜଣ ଉଦ୍ଧାର ହୋଇଥିବା ବେଳେ ସୁନିତା ପାଣିରେ ବୁଡି ଯାଇ ନିଖୋଜ ଥିଲେ । ଖଜୁରିପଡ଼ା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ଉଦ୍ଧବ ଜାନୀ ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking