25.1 C
Bhubaneswar
Thursday, May 9, 2024
Homeକ୍ରିକେଟ୍ ବିଶ୍ୱକପ୍‌-୨୦୨୩ବିଶ୍ୱକପ୍ ପାଇଁ ଆଫଗାନିସ୍ତାନ ଟିମ୍ ଘୋଷଣା; ଫେରିଲେ ନବିନ୍ ଉଲ୍ ହକ୍‌

ବିଶ୍ୱକପ୍ ପାଇଁ ଆଫଗାନିସ୍ତାନ ଟିମ୍ ଘୋଷଣା; ଫେରିଲେ ନବିନ୍ ଉଲ୍ ହକ୍‌

କାବୁଲ: ଭାରତରେ ଅକ୍ଟୋବର ୮ରୁ ଖେଳାଯିବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପ୍ ପାଇଁ ଆଫଗାନିସ୍ତାନ ଟିମ୍ ଘୋଷଣା ହୋଇଛି । ଆଫଗାନିସ୍ତାନ ବୋର୍ଡ ଟିମ୍‌ର ନେତୃତ୍ୱ ହଶମତୁଲ୍ଲାହ ସାହିଦିଙ୍କୁ ପ୍ରଦାନ କରିଛନ୍ତି । ସେହିପରି ବିଶ୍ୱକପ୍ ଅଭିଯାନ ପାଇଁ ଟିମ୍‌ରେ ବଡ଼ ପରିବର୍ତ୍ତନ କରାଯାଇଛି । ଏସିଆ କପ୍ ଖେଳିଥିବା ଟିମ୍‌ର ଚାରିଜଣ ଖେଳାଳିଙ୍କୁ ବାଦ୍ ଦିଆଯାଇଥିବା ବେଳେ ତିନିଜଣ ନୂଆ ଖେଳାଳିଙ୍କୁ ଟିମ୍‌ରେ ସାମିଲ କରାଯାଇଛି । ବାଦ୍ ପଡ଼ିଥିବା ଖେଳାଳିଙ୍କ ମଧ୍ୟରେ ଆଇ ଅଲିଖେଲ, ଗୁଲ୍‌ବୁଦିନ୍ ନାଏବ୍‌, କରିମ୍ ଜନତ୍‌, ଏସ୍ ଅଶରଫ୍ ଏବଂ ନୁର୍ ଅହମଦ୍‌ଙ୍କ ନାମ ସାମିଲ ।

ସେହିପରି ନବିନ୍ ଉଲ୍ ହକ୍‌ଙ୍କ ଟିମ୍‌କୁ ପ୍ରତ୍ୟାବର୍ତ୍ତନ ଘଟିଥିବା ବେଳେ ଇକ୍‌ରାମ୍ ଅଲୀ ଖିଲ୍ ଏବଂ ନବର ଅହମ୍ମଦଙ୍କୁ ସାମିଲ କରାଯାଇଛି । ଆଫଗାନିସ୍ତାନ ଟିମ୍ ଏସିଆ କପ୍‌ରେ ସେପରି ଖାସ୍ ପ୍ରଦର୍ଶନ କରିପାରି ନଥିଲା । ପାକିସ୍ତାନ ଆୟୋଜନରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟ୍‌ର ଗ୍ରୁପ୍ ପର୍ଯ୍ୟାୟରୁ ଟିମ୍ ବିଦାୟ ନେଇଥିଲା । ଏହି ରାଉଣ୍ଡ୍‌ରେ ପାକିସ୍ତାନ ଏବଂ ବାଂଲାଦେଶ ବିପକ୍ଷ ଦୁଇଟି ଯାକ ମ୍ୟାଚ୍‌ରେ ଆଫଗାନିସ୍ତାନ ପରାସ୍ତ ହୋଇଥିଲା । ଆଫଗାନିସ୍ତାନ ଟିମ୍ ଅକ୍ଟୋବର ୭ ତାରିଖରେ ଧର୍ମଶାଳାରେ ବାଂଲାଦେଶ ବିପକ୍ଷରୁ ନିଜର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ । ଏହାପରେ ଟିମ୍ ଅକ୍ଟୋବର ୧୧ ତାରିଖରେ ଦିଲ୍ଲୀରେ ଆୟୋଜକ ଭାରତକୁ ଭେଟିବ । ୧୫ ତାରିଖରେ ସମାନ ଭେନ୍ୟୁରେ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ ଭେଟିବା ପରେ ଚେନ୍ନାଇରେ ନ୍ୟୁଜିଲାଣ୍ଡ (ଅକ୍ଟୋବର ୧୮) ଏବଂ ପାକିସ୍ତାନକୁ (ଅକ୍ଟୋବର ୨୩) ଭେଟିବ ।

ଆଫଗାନିସ୍ତାନ ଟିମ୍‌: ହଶମତୁଲ୍ଲାହ ସାହିଦି (କ୍ୟାପ୍‌ଟେନ୍‌), ଇବ୍ରାହିମ୍ ଜାରଦାନ୍‌, ରହମାନୁଲ୍ଲାହ ଗୁରବାଜ (ୱିକେଟ୍‌କିପର୍‌), ରହମତ୍ ଶାହ, ନଜିବୁଲ୍ଲାହ ଜାରଦାନ୍‌, ମହମ୍ମଦ ନବୀ, ଇକ୍‌ରାମ୍ ଅଲୀ ଖିଲ୍‌, ରିୟାଜ୍ ହସନ୍‌, ଅବ୍‌ଦୁଲ୍ଲାହ ଉମରଜାଇ, ରଶିଦ୍ ଖାନ୍‌, ଅବ୍‌ଦୁଲ୍ ରହମାନ୍‌, ନବର ଅହମଦ, ମୁଜିବ୍ ଉର୍ ରହମାନ୍‌, ଫଜଲ୍‌ହକ୍ ଫାରୁକୀ ଏବଂ ନବିନ୍ ଉଲ୍ ହକ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking