30.1 C
Bhubaneswar
Monday, May 20, 2024
Homeଖେଳଭାରତ ବିପକ୍ଷରେ ଖେଳିବେନି ରହିମ୍‌

ଭାରତ ବିପକ୍ଷରେ ଖେଳିବେନି ରହିମ୍‌

ଢାକା : ବାଂଲାଦେଶ ୱିକେଟ୍‌କିପର୍ ବ୍ୟାଟର୍ ମୁଶଫିକୁର୍ ରହିମ୍ ଭାରତ ବିପକ୍ଷ ଏସିଆ କପ୍ ସୁପର୍‌-୪ ମ୍ୟାଚ୍ ଖେଳିବେ ନାହିଁ । ନବଜାତ ସନ୍ତାନ ଏବଂ ପରିବାର ସହିତ ଅଧିକ ସମୟ ବିତାଇବା ନିମନ୍ତେ ବାଂଲାଦେଶ କ୍ରିକେଟ୍ ବୋର୍ଡ ତାଙ୍କୁ ଛୁଟି ପ୍ରଦାନ କରିଛନ୍ତି । ସେପ୍ତେଟମ୍ବର ୧୫ରେ ଖେଳାଯିବାକୁ ଥିବା ଅନ୍ତିମ ସୁପର୍‌-୪ ମ୍ୟାଚ୍‌ରେ ବାଂଲାଦେଶ ଟିମ୍‌ରେ ମୁଶଫିକୁର୍ ରହିମ୍‌ଙ୍କ ସ୍ଥାନରେ ଲିଟନ୍ ଦାସ ୱିକେଟ୍‌କିପିଂ କରିପାରନ୍ତି ।

ବାଂଲାଦେଶ ପୂର୍ବରୁ ହିଁ ଟୁର୍ଣ୍ଣାମେଣ୍ଟ୍‌ରୁ ବାହାର ହୋଇସାରିଛି । ରହିମ୍ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିଲେ । ଏହି ବାମହାତୀ ୱିକେଟକିପର୍ ବ୍ୟାଟର୍ ଶ୍ରୀଲଙ୍କା ବିପକ୍ଷ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍‌ରେ କଲମ୍ବୋରେ ୨୯ ରନ୍ କରିଥିଲେ । ଏହା ସିତ ସେପ୍ଟେମ୍ବର ୬ ତାରିଖରେ ଲାହୋରରେ ଖେଳାଯାଇଥିବା ପାକିସ୍ତାନ ବିପକ୍ଷରେ ୬୪ ରନ୍‌ର ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିଲେ । ଏହି ଟୁର୍ଣ୍ଣାମେଣ୍ଟ୍‌ର ୪ଟି ମ୍ୟାଚ୍‌ରେ ସେ ୩୨.୭୫ ହାରରେ ମୋଟ ୧୩୧ ରନ୍ କରିଥିଲେ । ଏହା ମଧ୍ୟରେ ଗୋଟିଏ ଅର୍ଦ୍ଧଶତକ ସାମିଲ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking