30.1 C
Bhubaneswar
Monday, May 20, 2024
Homeଖେଳସାଉଥ୍ ଆଫ୍ରିକା ଟିମ୍‌କୁ ଫେରିଲେ କେ୍‌ଲାଏ ଟ୍ରାଏନ୍‌

ସାଉଥ୍ ଆଫ୍ରିକା ଟିମ୍‌କୁ ଫେରିଲେ କେ୍‌ଲାଏ ଟ୍ରାଏନ୍‌

ଜୋହାନ୍ସବର୍ଗ : ହାର୍ଡ ହିଟିଂ ଅଲ୍‌ରାଉଣ୍ଡର୍ କ୍ଲୋଏ ଟ୍ରାଏନ୍ ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଘରୋଇ ଦିନିକିଆ ସିରିଜ୍ ପାଇଁ ସାଉଥ୍ ଆଫ୍ରିକା ମହିଳା ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । କ୍ରିକେଟ୍ ସାଉଥ୍ ଆଫ୍ରିକା ବୁଧବାର ଏହି ଘୋଷଣା କରିଛି । ଟ୍ରାଏନ୍ ୨୦୨୩ ଫେବୃଆରୀରେ ତାଙ୍କର ଶେଷ ଟି-୨୦ ଏବଂ ୨୦୨୨ ଜୁଲାଇରେ ଦିନିକିଆ ମ୍ୟାଚ୍ ଖେଳିଥିଲେ ।

ନିକଟରେ ଜାତୀୟ ମହିଳା ଟିମ୍‌ର ଅନ୍ତରୀଣ କ୍ୟାପ୍‌ଟେନ୍ ଭାବେ ମନୋନୀତ ଲୌରା ୱଲ୍‌ଭାର୍ଡଟ୍ ସେପ୍ଟେମ୍ବର ୨୪ରୁ ଆରମ୍ଭ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍‌ରେ ଟିମ୍‌ର ନେତୃତ୍ୱ ନେବେ । ଆଇସିସି ମହିଳା ଚାମ୍ପିଅନ୍‌ଶିପ୍ ୨୦୨୨-୨୫ ଅନ୍ତର୍ଗତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପୋଜେଷ୍ଟ୍ରୁମ୍‌, ପିଟରମାରିତ୍‌ଜବର୍ଗ ଏବଂ ଡର୍ବାନ୍‌ରେ ଖେଳାଯିବ । ସିରିଜ୍ ପୂର୍ବରୁ ୱିଲୋମୁର୍ ପାର୍କିନ୍ ବେନୋନିରେ ନ୍ୟୁଜିଲାଣ୍ଡ ଏକାଦଶ ଏବଂ ସାଉଥ୍ ଆଫ୍ରିକା ଏକାଦଶ ମଧ୍ୟରେ ଏକମାତ୍ର ୱାର୍ମଅପ୍ ମ୍ୟାଚ୍ ଖେଳାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking