28.1 C
Bhubaneswar
Saturday, April 27, 2024
HomeUncategorizedକୋରୋନା ଭାଇରସରୁ ରକ୍ଷା ପାଇବା ପାଇଁ କରନ୍ତୁ ଏହି ୧୦ଟି କାମ ?

କୋରୋନା ଭାଇରସରୁ ରକ୍ଷା ପାଇବା ପାଇଁ କରନ୍ତୁ ଏହି ୧୦ଟି କାମ ?

ଭୁବନେଶ୍ୱର: କୋରୋନା ଭାଇରସ ଦିନକୁ ଦିନ ସାଜୁଛି ଘାତକ । ପ୍ରାଣଘାତୀ କୋରୋନାରେ ଏବେ ଭାରତରେ ୨୮ ଜଣ ଆକ୍ରାନ୍ତ ହୋଇଛନ୍ତି । ଚୀନରେ ଏଥିଯୋଗୁଁ ୨୯୮୧ ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ୮୦ ହଜାରରୁ ଅଧିକ ଏବେ ବି ପିଡୀତ ଅଛନ୍ତି । ତେବେ ଆମେ ଯଦି ଚାହିଁବା ଏହା କବଳରୁ ବର୍ତିପାରିବା । ତେବେ ଏଥିରୁ ବର୍ତିବା ପାଇଁ ନିହାତି କରନ୍ତୁ ଏହି ୧୦ଟି କାମ ।
୧. ଏହିି ଭାଇରସ କବଳରୁ ରକ୍ଷା ପାଇବା ପାଇଁ ସ୍ୱଚ୍ଛତା ହେଉଛି ମୁଖ୍ୟ ଜିନିଷ । ସେଥିପାଇଁ ପରିଷ୍କାର ପରିଚ୍ଛନ୍ନତା ଉପରେ ବେଶି ଧ୍ୟାନ ଦେବା ଉଚିତ । କୌଣସି ଜିନିଷକୁ ଧରିବା ପରେ ପ୍ରାୟ ୨୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ଭଲଭାବେ ସଫା କରନ୍ତୁ ।

୨. କୋରୋନା ଭାଇରସରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ । ଥଣ୍ଡା କିମ୍ବା କାଶୁଥିବା ବ୍ୟକ୍ତିଙ୍କଠାରୁ ପ୍ରାୟ ୬ ମିଟର ଦୂରରେ ରୁହନ୍ତୁ ।
୩. ଯଦି ଆପଣ କୋରୋନା ଭାଇରସରେ ଆକ୍ରାନ୍ତ, ତେବେ ଆପଣ କାହାର ଅତି ନିକଟକୁ ଯାଆନ୍ତୁ ନାହିଁ । ଏହାଦ୍ୱାରା ବଢୁଥିବା ବିପଦକୁ ସହଜରେ ରୋକା ଯାଇପାରିବ ।

୪. ଏବି ଭାଇରସ ସଂପର୍କରେ ଆସିବା ପରେ ସ୍କୁଲ, କଲେଜ କିମ୍ବା ଅଫିସ ଯିବା ବର୍ଜନ କରନ୍ତୁ । ଘରେ ରହି ଡାକ୍ତରୀ ଚିକିତ୍ସା କରନ୍ତୁ ।
୫. ନିଜ ହାତରେ ଆଖି, ହାତ କିମ୍ବା ନାକରେ ବାରମ୍ବାର ହାତ ଲଗାନ୍ତୁ ନାହିଁ । ଏପରି କରିବା ପୂର୍ବରୁ ହାତକୁ ଭଲ ଭାବରେ ସାବୁନ କିମ୍ବା ସାନିଟାଇଜରରେ ଭଲଭାବେ ସଫା କରନ୍ତୁ ।
୬. ଗହଳି ସ୍ଥାନକୁ ଯିବାରୁ ଦୂରେଇ ରୁହନ୍ତୁ । ଅତି ବ୍ୟବହାର ଜିନିଷ, ତଥା ଫୋନ କିମ୍ବା ଅନ୍ୟ ଜିନିଷକୁ ପରିଚ୍ଛନ୍ନତା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ।
୭. ଯଦି ଆପଣ ଜ୍ୱର, କାଶ, କଫରେ ପୀଡିତ ଓ ୧୪ ଦିନ ଧରି ଆପଣ ଏହି ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି, ତେବେ ଏହାକୁ ଜମା ବି ଏଡାନ୍ତୁ ନାହିଁ । ଏ ବିଷୟରେ ଡାକ୍ତରଙ୍କୁ ପୁରା ତଥ୍ୟ ଦିଅନ୍ତୁ ।

୮. ଏହାସହ ଛିଙ୍କିବା ବେଳେ ମୁହଁରେ ଟିସୁ ଦେଇ ଛିଙ୍କନ୍ତୁ । ଓ ପରେ ଏହାକୁ ଏକ ବଡ ଡଷ୍ଟବିନରେ ଫିଙ୍ଗି ଦିଅନ୍ତୁ ।
୯. କଂଚା କିମ୍ବା ଅଧା ସିଝା ମାଂସ ଖାଆନ୍ତୁ ନାହିଁ । ନନଭେଜ୍ ଖାଇବା ସମୟରେ ସ୍ୱଚ୍ଛତା ଉପରେ ବିଶେଷ ଭାବେ ଧ୍ୟାନ ଦିଅନ୍ତୁ । ହାଇଜିନ୍ ଉପରେ ଧ୍ୟାନ ଦେବା ସହ ଭଲ ଭାବେ ସିଝା ହୋଇଥିବା ନନଭେଜ ଖାଆନ୍ତୁ ।
୧୦. ଯଦିଓ କୋରୋନାକୁ ନେଇ ଲୋକେ ସତର୍କ ହେଲେଣି, ପରେ ବି ଯେତେ ଗୁରୁତ୍ୱପୂର୍ଣ୍ଣ କାମ ପଡିଲେ ବି ଚୀନ ଗସ୍ତ କରନ୍ତୁ ନାହିଁ । ସରକାରଙ୍କ ତରଫରୁ ଏନେଇ ବାରମ୍ବାର ଚେତାବନୀ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking