26.1 C
Bhubaneswar
Friday, March 29, 2024
Homeଅପରାଧଆସନ୍ତାକାଲି ନୂଆ ଡେଥ୍ ୱାରେଣ୍ଟ ଉପରେ ହେବ ଶୁଣାଣି

ଆସନ୍ତାକାଲି ନୂଆ ଡେଥ୍ ୱାରେଣ୍ଟ ଉପରେ ହେବ ଶୁଣାଣି

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ଘଟଣାରେ ବାରମ୍ବାର ଚାଲାକି କରି ଫାଶୀରୁ ବର୍ତିଯାଉଥିବା ୪ ଦୋଷୀଙ୍କର ଆଜି ପୁଣି ନୂଆ ଡେଥ୍ ୱାରେଣ୍ଟ ପାଇଁ ଆବେଦନ ହୋଇଛି । ଆଜି ଟ୍ରାଏଲ କୋର୍ଟରେ ଦିଲ୍ଲୀ ସରକାରଙ୍କ ଜେଲ ବିଭାଗ ଏହି ଆବେଦନ କରିଥିବା ସୂଚନା ମିଳିଛି । ଆସନ୍ତାକାଲି ଟ୍ରାଏଲ କୋର୍ଟରେ ଦିନ ୨ଟାରେ ଏହା ଉପରେ ଶୁଣାଣି କରାଯିବ । ତେବେ ପୂର୍ବରୁ ଚତୁର୍ଥ ଦୋଷୀ ପବନ ଗୁପ୍ତା କ୍ୟୁରେଟିଭ ପିଟିସନ ସହ ରାଜକ୍ଷମା ପାଇଁ ଆବେଦନ କରିଥିଲା । ମାତ୍ର ତାର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ଖାରଜ କରି ଦେଇଥିଲେ । ପବନର ରାଜକ୍ଷମା ଆବେଦନ ଖାରଜ ହେବା ପରେ ଏବେ ଏହି ଡେଥ୍ ୱାରେଣ୍ଟ ପାଇଁ ଆବେଦନ ହୋଇଛି । ଏହାସହ ପୂର୍ବରୁ ଅନ୍ୟ ତିନି ଦୋଷୀଙ୍କର ରାଜକ୍ଷମା ଆବେଦନ ଖାରଜ ହୋଇସାରିଥିଲା । ଏହାସହ ୩ ଥର ଡେଥ୍ ୱାରେଣ୍ଟ ଜାରି ହେବା ପରେ ବି ଅଭିଯୁକ୍ତଙ୍କୁ ଫାଶୀ ହୋଇପାରିନି ।
https://onakhabar.com/2020/03/04/death-warrent-applied-for-nirbhaya-convicts/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking