26.1 C
Bhubaneswar
Wednesday, May 8, 2024
Homeଓଡିଶାକାଲିଠୁ ସରକାରୀ ସ୍କୁଲରେ ନାମଲେଖା

କାଲିଠୁ ସରକାରୀ ସ୍କୁଲରେ ନାମଲେଖା

ଭୁବନେଶ୍ୱର: କାଲିଠାରୁ ରାଜ୍ୟର ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ନାମଲେଖା ଆରମ୍ଭ ହେବ । ଏନେଇ ସବୁ ଡିଇଓ, ବିିଇଓ, ଡିପିସିଙ୍କୁ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ଚିଠି ଲେଖିଛନ୍ତି । ମେ ୩୧ ସୁଦ୍ଧା ସମସ୍ତ ସ୍କୁଲରେ ନାମଲଖା କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । କାର୍ଯ୍ୟ ଦିବସରେ ସକାଳ ୭ଟାରୁ ୯.୩୦ ପର୍ଯ୍ୟନ୍ତ ନାମଲେଖା ପ୍ରକ୍ରିୟା ଚାଲିବ । ଏକସମୟରେ ୫ ଜଣରୁ ଅଧିକ ଅଭିଭାବକଙ୍କୁ ସ୍କୁଲରେ ପ୍ରବେଶ ମନା କରାଯାଇଛି । କୋଭିଡ ଗାଇଡଲାଇନ ମାନି ନାମଲେଖା ପ୍ରକ୍ରିୟା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶିକ୍ଷା ସଂଯୋଗ ହ୍ୱାଟଆପ ଗ୍ରୁପ ଜରିଆରେ ଅଭିଭାବକଙ୍କୁ ସୂଚନା ପାଇଁ ନିର୍ଦ୍ଦେଶ ରହିଛି ।

ଉଲେଖଯୋଗ୍ୟ , ଗତକାଲି ରାଜ୍ୟରେ ଆଜି ୬୧୧୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ରାଜ୍ୟରେ ପୁଣି ୬୫୯୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୮୨୭ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ଅଛନ୍ତି ୨୭୭୨ଜଣ । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୪ ଲକ୍ଷ ୧୪ ହଜାର ୫୬କୁ ବୃଦ୍ଧି ପାଇଛି । ତେବେ ଗତକାଲି ଭଳି ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୫୮ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୫୮ ନୂଆ ଆକ୍ରାନ୍ତ ରହିଛନ୍ତି।

ନୂଆପଡ଼ାରେ ୫୫୧, କଳାହଣ୍ଡି ୫୧୮, କଟକରୁ ୪୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡ଼ା ୪୩୬, ସୁନ୍ଦରଗଡ଼ ୪୩୪, ଗଞ୍ଜାମ ୩୨୩, ଯାଜପୁର ୨୩୭, ସମ୍ବଲପୁର ୨୨୬, ନବରଙ୍ଗପୁର ୨୨୧, ବରଗଡ଼ ୨୦୩, ମୟୂରଭଞ୍ଜ- ୧୮୦, କେନ୍ଦୁଝର- ୧୬୬, ପୁରୀ- ୧୪୫, ବାଲେଶ୍ୱର- ୧୩୭ ସୁବର୍ଣ୍ଣପୁର- ୧୨୯, ରାୟଗଡ଼ା- ୧୧୭, ବଲାଙ୍ଗିର- ୯୮, ଜଗତସିଂହପୁର- ୯୩ ନୟାଗଡ଼- ୯୧, ଭଦ୍ରକ- ୮୭, ଗଜପତି- ୮୧, ବୌଦ୍ଧ- ୭୦ କୋରାପୁଟ- ୬୯, କେନ୍ଦ୍ରାପଡା ଓ ଦେବଗଡ଼ରୁ ୩୮ ଲେଖାଏଁ କନ୍ଧମାଳ- ୩୫, ମାଲକାନଗିରି- ୨୨, ଢେଙ୍କାନାଳରୁ ୨୦ ଚିହ୍ନଟ ସହ ଷ୍ଟେଟପୁଲରୁ ୨୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking