38.8 C
Bhubaneswar
Friday, April 19, 2024
Homeଆଇପିଏଲ୍ -2022ଏମିତି ହୋଇପାରେ ପଂଜାବ ଓ କୋଲକାତାର ପ୍ଲେଇଂ ଇଲେଭେନ

ଏମିତି ହୋଇପାରେ ପଂଜାବ ଓ କୋଲକାତାର ପ୍ଲେଇଂ ଇଲେଭେନ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ୧୪ ତମ ସଂସ୍କରଣ  ଏବେ ଅହମ୍ମଦାବାଦରେ ପହଂଚି ଯାଇଛି । ଆଇପିଏଲ ୨୦୨୧ର ୨୧ତମ ମୁକାବିଲା ପଂଜାବ କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ମୋଟେରା ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ପଂଜାବ କିଙ୍ଗସ ପୂର୍ବ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ୯ ୱିକେଟରେ ହରାଇଥିଲା । ଯେତେବେଲେ କି କୋଲକାତା ନାଇଟ ରାଇଡର୍ସକୁ ପୂର୍ବ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଦ୍ୱାରା ୬ ୱିକେଟରେ ପରାଜୟର ସାମ୍ନା କରିବାକୁ ପଡିଥିଲା ।
କୋଲକାତାର ସବୁଠୁ ବଡ ଚିନ୍ତା ହେଉଛି ତାର ମିଡିଲ୍ ଅର୍ଡର । ଯାହା ଏପର୍ଯ୍ୟନ୍ତ ରନ କରିବାରେ ବିଫଳ ରହିଛି । ଏହାସହିତ ସଲାମି ଯୋଡିଙ୍କ ଏକାସାଙ୍ଗରେ ଭଲ ଖେଳ ପ୍ରଦର୍ଶନ ନହେବା ବି ଏକ ସମସ୍ୟା । କୋଲକାତାର ଅଦିନାୟକ ଇୟୋନ ମୋର୍ଗନ ବି ରନ ବନାଇବାରେ ବିଫଳ ରହିଛନ୍ତି । ସେ ୫ଟି ମ୍ୟାଚରେ ଏପର୍ଯ୍ୟନ୍ତ କେବଳ ୪୫ ରନ କରିଛନ୍ତି ।
ସେହିଭଳି ପଂଜାବ ଟିମ ମୁମ୍ବାଇକୁ ହରାଇ ବିଜୟ ର‌୍ୟାଙ୍କରେ ଅଛି । ଟିମର ବୋଲର ଭଲ ଫର୍ମରେ ରହିଛନ୍ତି । ହେଲେ ବ୍ୟାଟସ ମ୍ୟାନ ନାହାନ୍ତି ଫର୍ମରେ ।
କୋଲକାତା ନାଇଟ ରାଇଡର୍ସ- ଶୁଭମନ ଗିଲ, ନିତୀଶ ରାଣା, ରାହୁଲ ତ୍ରିପାଠୀ, ଇୟୋନ ମୋର୍ଗନ(ଅଧିନାୟକ), ଦିନେଶ କାର୍ତ୍ତିକ (ୱିକେଟ କିପର), ଆନ୍ଦ୍ରେ ରସେଲ, ସୁନୀଲ ନରେନ, ପ୍ୟାଟ କମିନ୍ସ, ବରୁଣ ଚକ୍ରବର୍ତ୍ତୀ, ଶିବମ ମାବୀ ଓ  ପ୍ରସିଦ୍ଧ କୃଷ୍ଣା ।
ପଂଜାବ କିଙ୍ଗସ- କେଏଲ ରାହୁଲ, (ଅଧିନାୟକ ଓ ୱିକେଟ କିପର), ମୟଙ୍କ ଅଗ୍ରୱାଲ, କ୍ରିସ ଗେଲ, ନିକୋଲସ ପୁରନ, ଦୀପକ ହୁଡ୍ଡା, ମୋଇଜେଜ ହେନାରିକ୍ସ, ଶାହାରୁଖ ଖାନ୍‌, କ୍ରିସ ଜାର୍ଡନ, ରବି ବିଶ୍ରୋଇ, ଅର୍ଶଦୀପ ସିଂହ ଓ ମହମ୍ମଦ ଶାମୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking