30.1 C
Bhubaneswar
Monday, May 20, 2024
Homeଓଡିଶାସାମ୍ବାଦିକ ସଂଘ ପକ୍ଷରୁ ଶ୍ରଦ୍ଧାଂଜଳି ସଭା ମନେ ରହିବେ ଅମଜଦ ବାଦ୍‌ସାହ

ସାମ୍ବାଦିକ ସଂଘ ପକ୍ଷରୁ ଶ୍ରଦ୍ଧାଂଜଳି ସଭା ମନେ ରହିବେ ଅମଜଦ ବାଦ୍‌ସାହ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଝାରସୁଗୁଡାର ଯୁବ ସାମ୍ବାଦିକ ଅମଜଦ ବାଦ୍‌ସା’ଙ୍କ ବିୟୋଗରେ ଏକ ଶ୍ରଦ୍ଧାଂଜଳି ସଭା ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ହରିନାରାୟଣ ପୂଜାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭା ପ୍ରାରମ୍ଭରେ ତାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଜଣେ ନିର୍ଭିକ, ନିଷ୍ଠାପର, ପରୋପକାରୀ, ଶ୍ରଦ୍ଧାଳୁ ତଥା କର୍ମଠ ସାମ୍ବାଦିକଙ୍କୁ ଓଡିଶାର ସାମ୍ବାଦିକ ଜଗତ ହରାଇଛି ବୋଲି ଉପସ୍ଥିତ ସାମ୍ବାଦିକମାନେ ମତପ୍ରକାଶ କରିଛନ୍ତି । ତାଙ୍କର ଭାବବିନିଯୋଗ, ଖୁସମିଜାଜ୍ ସ୍ୱଭାବ ସଦା ସର୍ବଦା ମନେ ରହିବ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ । ଏହି ଶୋକସଭାରେ ସଂଘ ସଭାପତି ଶ୍ରୀ ପୂଜାରୀଙ୍କ ସହ ମଂଚାସୀନ ଥିଲେ ଉପସଭାପତି ଆନଂଦ ଚଂଦ୍ର ସାହୁ, ସାଧାରଣ ସଂପାଦକ ବଳରାମ ମିଶ୍ର, ବରିଷ୍ଠ ସାମ୍ବାଦିକ ଶିଶିରକାନ୍ତ ଶତପଥୀ । ସାମ୍ବାଦିକ ମନୋରଂଜନ ଯୋଷୀ, ସଂଦୀପ କୁଅଁର, ଚନ୍ଦ୍ରଭାନୁ ମୋଲାନା, ଦେବାଶିଷ ମିଶ୍ର, ରଘୁନନ୍ଦନ ସିଂ ସ୍ମୃତିଚାରଣ କରିବା ସହ ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବରିଷ୍ଠ ସାମ୍ବାଦିକ ନବୀନ ପଶାୟତ, କରୁଣାକର ପଧାନ, ମହେନ୍ଦ୍ର ପ୍ରଧାନ, ଗୁପ୍ତେଶ୍ୱର ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking