28.1 C
Bhubaneswar
Saturday, May 11, 2024
Homeଦେଶ ବିଦେଶଅଦାନି ସେୟାର ମୂଲ୍ୟ ୨୫% ବଢିଲା

ଅଦାନି ସେୟାର ମୂଲ୍ୟ ୨୫% ବଢିଲା

ମୁମ୍ବାଇ: ଘୋର ଆର୍ôଥକ ସଙ୍କଟ ଦେଇ ଗତି କରୁଥିବା ସତ୍ତ୍ୱେ ଗୌତମ ଅଦାନିଙ୍କ ମାଲିକାନାରେ ପରିଚାଳିତ ଅଦାନି ଏଣ୍ଟରପ୍ରାଇଜେସ୍‌ର ସେୟାର ମୂଲ୍ୟରେ ବୃଦ୍ଧି ଘଟିଥିବା ଜଣାପଡିଛି । ମଙ୍ଗଳବାର ଷ୍ଟକ୍ ଏକ୍ସଚେଞ୍ଜ କାରବାର ଶେଷ ସୁଦ୍ଧା ଅଦାନି ଏଣ୍ଟରପ୍ରାଇଜେସ୍‌ର ସେୟାର ମୂଲ୍ୟ ୨୫ ପ୍ରତିଶତ ବୃଦ୍ଧି ପାଇଛି । ଚଳିତବର୍ଷ ଜାନୁଆରୀ ୨୪ରେ ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗ ପକ୍ଷରୁ ପ୍ରତିକୂଳ ରିପୋର୍ଟ ପ୍ରକାଶ ପାଇବା ପରଠାରୁ ଅଦାନି ଗ୍ରୁପ୍ ଇତିମଧ୍ୟରେ ୧୨୦ ବିଲିୟନ ଡଲାର କ୍ଷତି ସହିଲାଣି । ବର୍ତ୍ତମାନ ସେୟାର ମୂଲ୍ୟ ବଢିଥିବାରୁ ଏହି ଅର୍ଥରେ ୧୦୦ କୋଟି ଡଲାର ଋଣ ପରିଶୋଧ କରିବାକୁ କମ୍ପାନୀ କର୍ତ୍ତୃପକ୍ଷ ଚିନ୍ତା କରୁଛନ୍ତି । ଗତ ସପ୍ତାହରେ ଅଦାନି ଗ୍ରୁପ୍ ୨୦ ହଜାର କୋଟି ଟଙ୍କାର ସେୟାର ବିକ୍ରି କରିଥିଲେ ସୁଦ୍ଧା ପରଦିନ ଏହାକୁ ବାତିଲ ଘୋଷଣା କରିଥିଲା । ସୂଚନାଯୋଗ୍ୟ ଆର୍ôଥକ କ୍ଷତି ଯୋଗୁଁ ଏକଦା ବିଶ୍ୱ ଧନୀ ତାଲିକାର ୩ୟ ସ୍ଥାନରେ ରହିଥିବା ଗୌତମ ଅଦାନି ବର୍ତ୍ତମାନ ୧୭ଶ ସ୍ଥାନକୁ ଖସିଆସିଛନ୍ତି । ତାଙ୍କର ସମ୍ପତ୍ତି ପରିମାଣ ମଧ୍ୟ ୧୨୭ ବିଲିୟନ ଡଲାରରୁ ୬୩ ବିଲିୟନ ଡଲାରକୁ ହ୍ରାସ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking