32.1 C
Bhubaneswar
Monday, May 20, 2024
Homeଦେଶ ବିଦେଶଏଣିକି ବିଦେଶରେ ଉପଲବ୍ଧ ହେବ ଫୋନ୍‌ପେ’ ସେବା

ଏଣିକି ବିଦେଶରେ ଉପଲବ୍ଧ ହେବ ଫୋନ୍‌ପେ’ ସେବା

ବେଙ୍ଗାଲୁରୁ: ଫିନ୍‌ଟେକ୍ ଫାର୍ମ ଫୋନ୍‌ପେ’ ସେବା ବର୍ତ୍ତମାନ ଦେଶରେ ପ୍ରଚଳିତ ହେଉଛି । ତେବେ ଏହି ସେବା ବର୍ତ୍ତମାନ ବିଦେଶରେ ଉପଲବ୍ଧ ହେବ ବୋଲି କମ୍ପାନୀ ତରଫରୁ ଘୋଷଣା କରାଯାଇଛି । ଏଭଳି ସେବା ପ୍ରଚଳନ କରିବାରେ ଫୋନ୍‌ପେ’ ଭାରତର ପ୍ରଥମ ଫିନ୍‌ଟେକ୍ କମ୍ପାନୀଭାବେ ମାନ୍ୟତାଲାଭ କରିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ସିଙ୍ଗାପୁର, ମରିସସ୍‌, ସଂଯୁକ୍ତ ଆରବ ଏମିରେଟ୍‌ସ, ନେପାଳ ଓ ଭୁଟାନ୍ ପରିଦର୍ଶନରେ ଯାଉଥିବା ଭାରତୀୟମାନେ ଏହି ସେବା ଜରିଆରେ ବିଦେଶୀ ମୁଦ୍ରାରେ ସିଧାସଳଖ କାରବାର କରିପାରିବେ ବୋଲି କୁହାଯାଇଛି । ଏହି ସବୁ ଦେଶରେ ଫୋନ୍‌ପେ’ର କ୍ୟୁଆର୍ କୋଡ୍ ବ୍ୟବସ୍ଥା ରହିଛି ।

ତେଣୁ ଇଣ୍ଟରନ୍ୟାସନାଲ ଡେବିଟ୍ କାର୍ଡ ଭଳି ଗ୍ରାହକମାନେ ଉପରୋକ୍ତ ରାଷ୍ଟ୍ରରେ ଫୋନ୍‌ପେ’ ବ୍ୟବହାର କରିପାରିବେ । ବିଦେଶ ଯାତ୍ରା କରୁଥିବା ଭାରତୀୟ ଏଣିକି ନେଣଦେଣ କାରବାରରେ ବିଶେଷ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ଫୋନ୍‌ପେ’ର ସହ-ପ୍ରତିଷ୍ଠାତା ରାହୁଲ ଚାରି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking