26.1 C
Bhubaneswar
Friday, May 10, 2024
Homeବିଜିନେସ୍୧୮ ହଜାର କୋଟି ଋଣ କରିବ ଏୟାର ଇଣ୍ଡିଆ

୧୮ ହଜାର କୋଟି ଋଣ କରିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଟାଟା ଗ୍ରୁପ୍ ମାଲିକାନାରେ ପରିଚାଳିତ ଏୟାର ଇଣ୍ଡିଆ ଖୁବଶୀଘ୍ର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍ ବରୋଦା ଭଳି ଜାତୀୟକରଣ ବ୍ୟାଙ୍କରୁ ୧୮ ହଜାର କୋଟି ଟଙ୍କା ଋଣ ଉଠାଇବ ବୋଲି ଜଣାପଡିଛି । ଏହି ସ୍ୱଳ୍ପମିଆଦୀ (ଏକ ବର୍ଷିଆ) ଋଣ ଜରିଆରେ ପୂର୍ବରୁ ରହିଥିବା ଋଣ ପରିଶୋଧ କରାଯିବ ବୋଲି କୁହାଯାଇଛି ।

ପରବର୍ତ୍ତୀ ସମୟରେ ଦୀର୍ଘମିଆଦୀ ସୂତ୍ରରେ ଅଧିକ ପରିମାଣର ଋଣ କରାଯିବ ବୋଲି ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ କହିଛନ୍ତି । ସୂଚନାଯୋଗ୍ୟ ୨୦୨୨ ଜାନୁଆରୀରେ ଏୟାର ଇଣ୍ଡିଆ ବାର୍ଷିକ ୪.୨୫ ସୁଧରେ ଏସ୍‌ବିଆଇରୁ ୧୦ ହଜାର କୋଟି ଏବଂ ବ୍ୟାଙ୍କ ଅଫ୍ ବରୋଦାରୁ ୫ ହଜାର କୋଟି ଋଣ କରିସାରିଛି । ବର୍ତ୍ତମାନ ୧୮ ହଜାର କୋଟି ଟଙ୍କାର ଋଣକୁ ଏୟାର ଇଣ୍ଡିଆ ୬.୨୫ ସୁଧହାରରେ ପରିଶୋଧ କରିବ ବୋଲି ଜଣାପଡିଛି । ଅପରପକ୍ଷରେ ଋଣ ବୋଝ ହାଲୁକା କରିବାକୁ ଏୟାର ଏସିଆ ଏବଂ ବିସ୍ତାରା ଏୟାରଲାଇନ୍ସକୁ ଏୟାର ଇଣ୍ଡିଆ ସହ ମିଶ୍ରଣ କରିବାକୁ ଯୋଜନା ଚାଲିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking