26.1 C
Bhubaneswar
Friday, May 10, 2024
Homeଦେଶ ବିଦେଶଦୁଇ ହଜାର କର୍ମଚାରୀଙ୍କୁ ଛଟେଇ କରିବ ବୋଇଙ୍ଗ୍‌

ଦୁଇ ହଜାର କର୍ମଚାରୀଙ୍କୁ ଛଟେଇ କରିବ ବୋଇଙ୍ଗ୍‌

ୱାଶିଂଟନ: ବିଶ୍ୱର ବୃହତ୍ତମ ଆଭିଏସନ୍ କମ୍ପାନୀ ବୋଇଙ୍ଗ୍ ଚଳିତବର୍ଷ ୨ ହଜାର କର୍ମଚାରୀଙ୍କୁ ଛଟେଇ କରିବାର ଯୋଜନା ରଖିଛି । ଫାଇନାନ୍ସରେ ୧୫୦୦ ଏବଂ ଏଚ୍‌ଆର (ମାନବ ସମ୍ବଳ) ବିଭାଗରେ କାର୍ଯ୍ୟରତ ୫୦୦ କର୍ମଚାରୀ ଏହାର ଶିକାର ହେବେ ବୋଲି ଜଣାପଡିଛି । ଫାଇନାନ୍ସ ଏବଂ ଏଚ୍‌ଆର୍ ବିଭାଗରେ ଏକ ତୃତୀୟାଂଶ କର୍ମଚାରୀଙ୍କ କାର୍ଯ୍ୟକୁ ବେଙ୍ଗାଲୁରୁସ୍ଥିତ ଟିସିଏସ୍‌କୁ ଆଉଟସୋର୍ସିଂଭାବେ ଦାୟିତ୍ୱ ଦିଆଯାଇଛି ।

ଅବଶିଷ୍ଟ କର୍ମଚାରୀ ଛଟେଇର ସମ୍ମୁଖୀନ ହେବେ ବୋଲି କୁହାଯାଇଛି । ବୋଇଙ୍ଗ୍ କର୍ମଚାରୀ ବେଙ୍ଗାଲୁରୁ ଆସି ଟିସିଏସ୍ କର୍ମଚାରୀଙ୍କୁ ଆଉଟସୋର୍ସିଂ କାମ ଶିଖାେଇବେ । ଭାରତରେ ବର୍ତ୍ତମାନ ବୋଇଙ୍ଗ୍ କମ୍ପାନୀର ୩୫୦୦ କର୍ମଚାରୀ ପ୍ରତ୍ୟକ୍ଷଭାବେ କାର୍ଯ୍ୟ କରୁଛନ୍ତି । ଏମାନଙ୍କ ବ୍ୟତୀତ ଆଉ ୭ ହଜାର କର୍ମଚାରୀ ଏହାର ସହଯୋଗୀ କମ୍ପାନୀ (ସପ୍ଲାୟର୍ସ)ରେ କାର୍ଯ୍ୟରତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking