32.1 C
Bhubaneswar
Monday, May 20, 2024
Homeଦେଶ ବିଦେଶତୁର୍କୀରେ ୩ ମାସ ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି

ତୁର୍କୀରେ ୩ ମାସ ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି

ତୁର୍କୀ : ତୁର୍କୀ ରାଷ୍ଟ୍ରପତି ରେସେପ୍ ତୈୟପ୍ ଏର୍ଦୋଗନ ଦେଶରେ ଭୟଙ୍କର ଭୂମିକମ୍ପରେ ପ୍ରଭାବିତ ୧୦ ରାଜ୍ୟରେ ୩ ମାସର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ମଙ୍ଗଳବାର ତୁର୍କୀର ସମାଚାର ଏଜେନ୍ସି ଅନାଦୋଲୁର ରିପୋର୍ଟରୁ ଏହା ଜଣାପଡ଼ିଛି । ତୁର୍କୀ ଓ ସିରିୟାରେ ଆସିଥିବା ୭.୮ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଏବଂ ଏହା ପରର ଝଟ୍‌କାରେ ଏ ପର୍ଯ୍ୟନ୍ତ ପାଖାପାଖି ୫ ହଜାର ଲୋକଙ୍କର ମୃତ୍ୟୁ ହୋଇସାରିଲାଣି । ଧରାଶାୟୀ ହୋଇପଡ଼ିଥିବା ବଡ଼ ବଡ଼ ବିଲ୍ଡିଂରୁ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ତୁର୍କୀର ଭୂମିକମ୍ପ ପ୍ରଭାବିତ ଅଞ୍ଚଳରେ ୫୪,୦୦୦ ଟେଣ୍ଟ ଏବଂ ୧୦୨,୦୦୦ ଗଦି ପଠାଯାଇଛି । ୫୦୦୦ ସ୍ୱାସ୍ଥ୍ୟକର୍ମୀଙ୍କୁ ଦକ୍ଷିଣ ତୁର୍କୀ ଅଞ୍ଚଳରେ ମୁତୟନ କରାଯାଇଛି । ତୁର୍କୀରେ ଲଗାତାର ୫ମ ଥର ପାଇଁ ଭୂମିକମ୍ପ ଆସିଛି । ମଙ୍ଗଳବାର ୫.୭ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଏହିପରି ସୋମବାର ବି ୩ଟି ଭୂମିକମ୍ପ ଝଟ୍‌କା ଆସିବା ପରେ ପୁଣି ମଙ୍ଗଳବାର ଆସିଛି ୨ଟି ଝଟ୍‌କା । ତୁର୍କୀ ଏବଂ ସିରିୟାରେ ଭୂମିକମ୍ପରେ ମୃତକଙ୍କ ସଂଖ୍ୟା ୪,୮୦୦ରେ ପହଞ୍ଚିସାରିଲାଣି । ମୃତକଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ଭୂମିକମ୍ପରେ ପ୍ରଭାବିତ ତୁର୍କୀ ପଇଁ ଭାରତ ପକ୍ଷରୁ ସହାୟତାର ହାତ ବଢାଯାଇଛି । ତୁର୍କୀକୁ ୨ଟି ଏନଡିଆରଏଫ ଟିମ୍ ପଠାଯାଇଛି । କେବଳ ଭାରତ ନୁହେଁ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ମଧ୍ୟ ତୁର୍କୀକୁ ୧୧ ମିଲିୟନ ଆମେରିକୀୟ ଡଲାରର ସହାୟତା ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking