32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଆଦାନୀ ଗ୍ରୁପର କେସିଏଲକୁ ୬ ହଜାର କୋଟିର ଋଣ

ଆଦାନୀ ଗ୍ରୁପର କେସିଏଲକୁ ୬ ହଜାର କୋଟିର ଋଣ

ନୂଆଦିଲ୍ଲୀ: ଗୌତମ ଆଦାନୀଙ୍କ ନେତୃତ୍ୱାଧୀନ ଆଦାନୀ ଗୋଷ୍ଠୀ ଗୁଜୁରାଟର ମୁଣ୍ଡ୍ରାଠାରେ ୧୦ ମିଲିୟନ୍ ଟନ୍ ତମ୍ବା ବିଶୋଧନ ପ୍ଲାଣ୍ଟ ସ୍ଥାପନ କରିବାକୁ ଯାଉଛି । ଏଥିପାଇଁ ଆଦାନୀ ଗ୍ରୁପକୁ ସରକାରୀ ବ୍ୟାଙ୍କଗୁଡ଼ିକରୁ ୬ ହଜାର କୋଟି ଋଣ ଦିଆଯାଇଛି । ବାର୍ଷିକ ୦.୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ପ୍ରଥମ କାରଖାନା ପାଇଁ କଚ୍ଛ କପର ଲିମିଟେଡ୍ (କେସିଏଲ)ବ୍ୟାଙ୍କଗୁଡ଼ିିକର ଏକ କନ୍‌ସୋଟ୍ରିୟମ୍‌ଠାରୁ ଆର୍ôଥକ ଋଣ ସଂଗ୍ରହ କରିଛି । ଏହି ବ୍ୟାଙ୍କଗୁଡ଼ିିକର କନ୍‌ସୋଟ୍ରିୟମ୍‌୍ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍‌ବିଆଇ)ଦ୍ୱାରା ପରିଚାଳିତ ହେଉଥିବାବେଳେ ଏଥିରେ କାନାରା ବ୍ୟାଙ୍କ, ଏକ୍ସିମ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଇଣ୍ଡିଆନ୍ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ମହାରାଷ୍ଟ୍ରର ବ୍ୟାଙ୍କ ଅନ୍ତର୍ଭୁକ୍ତ । କେସିଏଲ୍ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ପାଇଁ ଏହି ବ୍ୟାଙ୍କଗୁଡିକର କନ୍‌ସୋଟ୍ରିୟମ୍‌ଦ୍ୱାରା ୬୦୭୧ କୋଟି ଟଙ୍କା ଋଣ ଅନୁମୋଦନ କରାଯାଇଛି । ଆଦାନୀ ଗ୍ରୁପ୍‌ଦ୍ୱାରା ସ୍ଥାପିତ ହେବାକୁ ଥିବା ଏହି ତମ୍ବା ବିଶୋଧନାଗାର ଦୁନିଆର ସବୁଠୁ ବଡ଼ ତମ୍ବା କାରଖାନା ହେବ । କମ୍ପାନୀଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଆଦାନୀ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍‌ର ସହାୟକ କମ୍ପାନୀ କୁଚ୍ଛ୍ କପର ଲିମିଟେଡ୍ (କେସିଏଲ) ବାର୍ଷିକ ୦.୫ ନିୟୁତ ଟନ୍ ବିଶୋଧିତ ତମ୍ବା କ୍ଷମତା ବିଶିଷ୍ଟ ଏକ ଗ୍ରୀନ୍ ଫିଲ୍ଡ ତମ୍ବା ବିଶୋଧନାଗାର ପ୍ରକଳ୍ପ ସ୍ଥାପନ କରିଛି । ଏଥିରେ ଦୁଇଟି ପର୍ଯ୍ୟାୟରେ ତମ୍ବା ଉତ୍ପାଦନ ହବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking