33.1 C
Bhubaneswar
Friday, April 26, 2024
Homeଓଡିଶାରାସ୍ତାରୁ ଉଦ୍ଧାର ହେଲେ ୨ ସ୍କୁଲ ଛାତ୍ର୍ରୀ

ରାସ୍ତାରୁ ଉଦ୍ଧାର ହେଲେ ୨ ସ୍କୁଲ ଛାତ୍ର୍ରୀ

ଫୁଲବାଣୀ: ଫୁଲବାଣୀ ସଦରଥାନା ଅନ୍ତର୍ଗତ ଦଡ଼କି ରାସ୍ତାରୁ ରବିବାର ରାତି ୯ଟାରେ ଦୁଇ ସ୍କୁଲ ଛାତ୍ରୀଙ୍କୁ ଉଦ୍ଧାର କରିଛନ୍ତି କନ୍ଧମାଳ ଚାଇଲଡ଼୍ ଲାଇନ୍ । ସୂଚନା ଅନୁସାରେ ଏହି ଦୁଇଜଣ ଛୋଟ ଛୋଟ ଛାତ୍ରୀ (ପ୍ରଥମ ଶ୍ରେଣୀ ବୋଲି କହୁଛନ୍ତି) ହାତରେ କିଛି ଜିନିଷ ସହିତ ପାଣି ବୋତଲ ଧରି ଚାଲି ଚାଲି ଯାଉଥିବା ବେଳେ ଏହା ଦଡ଼କି ଅଞ୍ଚଳର କିଛି ଯୁବକ ସଂଘର ସଦସ୍ୟମାନଙ୍କ ନଜରରେ ପଡ଼ିଥିଲା । ସନ୍ଦେହରେ ଯୁବକ ସଂଘର ସଦସ୍ୟମାନେ ଦୁଇ ଛାତ୍ରୀଙ୍କୁ ଅଟକାଇ ପଚରା ଉଚରା କରିଥିଲେ ମଧ୍ୟ ସେମାନେ କିଛି କହିପାରିନଥିଲେ । ତେବେ ସେମାନେ କୌଣସି ଏକ ସେବାଶ୍ରମର ପ୍ରଥମ ଶ୍ରେଣୀର ଛାତ୍ରୀ ବୋଲି କହିଥିଲେ ।

ଯୁବକ ସଂଘର ସଦସ୍ୟମାନେ କନ୍ଧମାଳ ଚାଇଲଡ଼ ଲାଇନକୁ ଅବଗତ କରିବା ପରେ ଖବର ପାଇଁ ଚାଇଲଡ଼୍ ଲାଇନ୍ ସଦସ୍ୟ ଶିବ ଶଙ୍କର ବେହେରା, ପ୍ରଭାସ ନାୟକ ଓ ସୁପ୍ରଭା ନାୟକ ପ୍ରମୁଖ ପହ୍ୟଞ୍ଚି ଦୁଇ ଛାତ୍ରୀଙ୍କୁ ଉଦ୍ଧାର କରିବା ସହିତ ଏନେଇ ଶିଶୁ ମଙ୍ଗଳ କମିଟି, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଓ ଚାଇଲଡ଼ ଲାଇନର ନିର୍ଦ୍ଦେଶକ ରବୀନ୍ଦ୍ର ପଣ୍ଡାଙ୍କୁ ଅବଗତ କରାଇଥିଲେ । ଉଦ୍ଧାର ହୋଇଥିବା ଦୁଇ ଛାତ୍ରୀଙ୍କୁ ଅସ୍ଥାୟୀ ଭାବେ ବନବାସୀ ଦ୍ୱାରା ପରିଚାଳିତ ସ୍ୱଧାର ଗୃହରେ ଥଇଥାନ କରାଯାଇଛି ବୋଲି ସଦସ୍ୟ ଶିବ ଶଙ୍କର ବେହେରା ପ୍ରକାଶ କରିଛନ୍ତି । ଉଭୟ ପ୍ରଥମ ଶ୍ରେଣୀର ଛାତ୍ରୀ ବୋଲି ପ୍ରକାଶ କରିଥିବା ବେଳେ ନିଜ ମାଆଙ୍କ କଥା ମନେ ପଡିବାରୁ ସେମାନେ ସ୍କୁଲରୁ ଚାଲିଆସିଛନ୍ତି ବୋଲି କହିଥିବା ବେଳେ କେଉଁ ସ୍କୁଲର ତାହା ସଠିକ୍ ଭାବେ ସେମାନେ କହିପାରୁନାହାନ୍ତି ବୋଲି ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking