29.1 C
Bhubaneswar
Monday, August 15, 2022
Homeଅପରାଧଛାତ୍ରୀ ଦୁଷ୍କର୍ମ ମାମଲା: ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷ

ଛାତ୍ରୀ ଦୁଷ୍କର୍ମ ମାମଲା: ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷ

ବ୍ରହ୍ମପୁର: ଜନୈକା ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାର ଫାଷ୍ଟଟ୍ରାକ ସ୍ୱତନ୍ତ୍ର ପୋକ୍‌ସ କୋର୍ଟ ଜଜ୍ ଗୁରୁପ୍ରସାଦ ସାହୁ ଶୁଣାଣି କରିଛନ୍ତି । ପ୍ରମାଣ ଅଭାବରୁ ସୋରଡ଼ା ଥାନା ଅଞ୍ଚଳର ତେଜେଶ୍ୱର ବେହେରାଙ୍କୁ ଜଜ୍ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି । ଏହି ମାମଲାର ବିଚାର ବେଳେ ମୋଟ ୨୪ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଜଜ ରାୟ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ ସୋରଡ଼ା ଅଞ୍ଚଳର ଜନୈକା ଯୁକ୍ତ ଦୁଇ ଛାତ୍ରୀ ସେଠାରେ ଥିବା ଏକ କମ୍ପ୍ୟୁଟର ଇନଷ୍ଟିଚ୍ୟୁଟକୁ କମ୍ପ୍ୟୁଟର ଶିକ୍ଷା ପାଇଁ ଯାଉଥିଲେ । ସେଠାରେ କାମ କରୁଥିବା ଜଣେ ଇନଷ୍ଟ୍ରକ୍ଟର ତେଜେଶ୍ୱର ବେହେରା ୨୦୧୬ ରେ ନାବାଳିକାଙ୍କୁ ପ୍ରେମ କରିବାରେ ଲାଗିଥିଲେ ।

ଏପରିକି କମ୍ପ୍ୟୁଟର ଶିଖାଇବା ଆଳରେ ସେ ନାବାଳିକାଙ୍କସହ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିଥିଲେ । ଏହା ସହ ଛାତ୍ରୀଙ୍କ ଅଜାଣତରେ ସେ କୌଶଳକ୍ରମେ ଶାରୀରିକ ସମ୍ପର୍କର ଅଶ୍ଳୀଳ ଫଟୋ ଉଠାଇଥିଲେ । ୨୦୧୭ ମସିହାରେ ଛାତ୍ରୀଙ୍କୁ ଉକ୍ତ ଫଟୋ ଦେଖାଇ ଦୁଷ୍କର୍ମ କରିଥିଲା । ଏହି ଘଟଣା ପରେ ଛାତ୍ରୀ ଜଣଙ୍କ ତେଜେଶ୍ୱରଙ୍କ ଠାରୁ ଦୂରେଇଯାଇଥିଲା । ଏହି ଘଟଣାକୁ ନେଇ ତେଜେଶ୍ୱର ଉକ୍ତ ଅଶ୍ଳୀଳ ଫଟୋ ଗୁଡିକ ଛାତ୍ରୀଙ୍କ ଭାଇଙ୍କ ପାଖକୁ ପଠାଇଥିଲା । ଏନେଇ ପୀଡ଼ିତାଙ୍କ ମା’ ସୋରଡ଼ା ଥାନାରେ ଅଭିଯୋଗ କରିବାରୁ ପୁଲିସ େଏକ ମାମଲା ରୁଜୁ କରି ତେଜେଶ୍ୱରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଗିରଫ ପରଠାରୁ ଆଜି ଯାଏଁ ତେଜେଶ୍ୱର ବ୍ରହ୍ମପୁର ମଣ୍ଡଳକାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ଥିଲେ । ସରକାରଙ୍କ ପକ୍ଷରୁ ନରେଶ ପ୍ରସାଦ ପାତ୍ର ଓ ମୁଦୁଲାଙ୍କ ପକ୍ଷରୁ ଆଇନଜୀବୀ ସାୟଦ ଇକବାଲ ମୋକଦ୍ଦମା ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking