37.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶନିଷେଧ ହେବ ଚାଉଳ ରପ୍ତାନୀ!

ନିଷେଧ ହେବ ଚାଉଳ ରପ୍ତାନୀ!

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ ମୁଦ୍ରାସ୍ଫୀତି ବୃଦ୍ଧି ପାଉଛି । ଏହା ବିଶ୍ୱ ତଥା ଭାରତୀୟ ଅର୍ଥନୀତି ପାଇଁ ସବୁଠାରୁ ବଡ଼ ଯନ୍ତ୍ରଣା ପାଲଟିଛି । ବଢ଼ୁଥିବା ମୁଦ୍ରାସ୍ଫୀତି ମଧ୍ୟରେ ଚାଉଳର ମଧ୍ୟ ମୂଲ୍ୟ ବୃଦ୍ଧି ହେବାରେ ଲାଗିଛି । ଗତ ପାଞ୍ଚ ଦିନ ମଧ୍ୟରେ ଚାଉଳର ମୂଲ୍ୟ ୧୦ ପ୍ରତିଶତ ବୃଦ୍ଧି ପାଇଛି । ଆମଦାନୀ ଶୁଳ୍କ ହ୍ରାସ ଏବଂ ବାଂଲାଦେଶର ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଶୁଳ୍କ ୬୨.୫ ପ୍ରତିଶତରୁ ୨୫ ପ୍ରତିଶତକୁ ବୃଦ୍ଧି ପାଇଛି । ତେଣୁ ପୁଣି ଥରେ ଭାରତରୁ ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାକୁ ଅର୍ଥ ମନ୍ତ୍ରାଳୟ ଚିନ୍ତା କରୁଛି । କିନ୍ତୁ ଏ ପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ । ବିଶେଷଜ୍ଞ ତଥା ଅର୍ଥନୀତିଜ୍ଞଙ୍କ ଅନୁଯାୟୀ ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଲାଗିଲେ ଭାରତରୁ ଚାଉଳ ଆମଦାନୀ ଉପରେ ଅତ୍ୟଧିକ ନିର୍ଭରଶୀଳ ଦେଶ ଉପରେ ଚାପ ପଡ଼ିବ । ବର୍ତ୍ତମାନ ନେପାଳ, ଫିଲିପାଇନ୍ସ, କାମେରୁନ, ଚୀନ୍ ଆଦିି ଭାରତ ଭଳି ସମାନ ପରିସ୍ଥିତିରେ ଗତି କରୁଛନ୍ତି ।

୨୦୦୮ରେ ବଢ଼ୁଥିବା ମୁଦ୍ରାସ୍ଫୀତିର ମୁକାବିଲା ପାଇଁ ଅଣ-ବାସୁମତି ଚାଉଳ ରପ୍ତାନି ଉପରେ ନିଷେଧାଦେଶ ଜାରି କରାଯାଇଥିଲା । ଏହି ନିଷେଧାଦେଶ ୨୦୧୦ରେ ହଟାଯାଇଥିଲା । ପୁଣିଥରେ ଭାରତରେ ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି । ରୁଷ-ୟୁକ୍ରେନ ଯୁଦ୍ଧ ପରେ, ଯୋଗାଣ ଶୃଙ୍ଖଳା ବ୍ୟାଘାତ ହେତୁ ବିଶ୍ୱରେ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି । ସମଗ୍ର ବିଶ୍ୱରେ ମୁଦ୍ରାସ୍ଫୀତି ବୃଦ୍ଧି ହେତୁ ଭାରତ ପରି ଦେଶ ଗହମ ଭଳି କିଛି ଜରୁରୀ ଦ୍ରବ୍ୟ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛି । ସରକାରଙ୍କ ଅନୁଯାୟୀ ଏଭଳି ପଦକ୍ଷେପ ପଛର କାରଣ ହେଉଛି ମୁଦ୍ରାସ୍ଫୀତି ବୃଦ୍ଧି ଗହମ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଖାଦ୍ୟ ନିରାପତ୍ତା ଆବଶ୍ୟକ କରିବ । ମେ ମାସରେ ଭାରତର ଖୁଚୁରା ମୁଦ୍ରାସ୍ଫୀତି ୭.୦୪ ପ୍ରତିଶତକୁ ହ୍ରାସ ପାଇଛି ଏବଂ ମେ ମାସରେ ଖାଦ୍ୟ ମୁଦ୍ରାସ୍ଫୀତି ୭.୯୭ ପ୍ରତିଶତ ରହିଛି । ଗହମ ଉପରେ ପ୍ରତିବନ୍ଧକ ଲଗାଇବା ପରେ ସରକାର ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବେ କି ନାହିଁ ତାହା ଖୁବ୍‌ଶୀଘ୍ର ଜଣାପଡ଼ିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking