26.1 C
Bhubaneswar
Wednesday, May 8, 2024
Homeବଲିଉଡଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ହୀରା ହାରର ଦାମ ଏତିକି କୋଟି

ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ହୀରା ହାରର ଦାମ ଏତିକି କୋଟି

ମୁମ୍ବାଇ: ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ହୀରା ହାର। ୨୦କୋଟିର ହୀରା ଅଳଙ୍କାର ପିନ୍ଧି ହୋପ୍ ଗାଲା ଇଭେଣ୍ଟ‌ରେ ସାମିଲ ହେଲେ ଆଲିଆ। ଭାଇରାଲ ହେଲା ଫଟୋ। ଆଲିଆ ଭଟ୍ଟ ସଲାମ ବମ୍ବେ ଫାଉଣ୍ଡେସନର ‘ହୋପ୍ ଗାଲା’ କାର୍ଯ୍ୟକ୍ରମରେ ଯୋଗ ଦେଇ ୨୦କୋଟି ମୂଲ୍ୟର ଅଳଙ୍କାର ପିନ୍ଧିଥିବା ଦେଖିବାକୁ ମିଳିଥିଲା ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହା ବ୍ୟତୀତ ତାଙ୍କ ପୋଷାକକୁ ନେଇ ମଧ୍ୟ ଅନେକ ଚର୍ଚ୍ଚା ହୋଇଥିଲା। ‘ହୋପ୍ ଗାଲା’ ଇଭେଣ୍ଟରୁ ଆଲିଆ ଭଟ୍ଟଙ୍କ ଦୁଇଟି ଲୁକ୍ ଭାଇରାଲ ହେବାରେ ଲାଗିଛି। ଗୋଟାଏ ଫଟୋରେ ସେ ଶାଢ଼ି ପିନ୍ଧିଥିବା ବେଳେ ଅନ୍ୟ ଏକ ଫଟୋରେ ସେ ଏକ ଲମ୍ବା ଗାଉନ୍ ପିନ୍ଧିଥିବା ଦେଖାଯାଇଛି। ଗାଉନ୍ ସହ ସେ ଯେଉଁ ହାର ଓ ମୁଦି ପିନ୍ଧିଛନ୍ତି, ତାହାର ମୂଲ୍ୟ ୨୦କୋଟି ବୋଲି ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking