32.1 C
Bhubaneswar
Friday, April 26, 2024
Homeଅପରାଧଗଣଦୁଷ୍କର୍ମ ଅଭିଯୁକ୍ତକୁ ୨୦ବର୍ଷ ଜେଲ ଦଣ୍ଡ

ଗଣଦୁଷ୍କର୍ମ ଅଭିଯୁକ୍ତକୁ ୨୦ବର୍ଷ ଜେଲ ଦଣ୍ଡ

ଯାଜପୁର : ପାଟପୁର ଗାଁରେ ଗଣ ଦୁଷ୍କର୍ମ ମାମଲା, ମୁଖ୍ୟ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ଯାଜପୁର ରୋଡ କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରା ଜର୍ଜ । ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଓ ୫୦ ହଜାର ଟଙ୍କା ଜୋରିମାନା । ସୁକିନ୍ଦା ଥାନା ପାଟପୁର ଅଞ୍ଚଳରେ ଗତ ୨୦୧୯ ମସିହାରେ ହୋଇଥିବା ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ସବ୍ୟସାଚୀ ବେହେରାଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୫୦ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କଲେ ଯାଜପୁର ରୋଡ଼ କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରା ଜର୍ଜ। ୧୦ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଆଧାରରେ ଏହି ଦଣ୍ଡାଦେଶ ଦେଇଛନ୍ତି କୋର୍ଟ। ସୂଚନା ମୁତାବକ ଗତ ୨୧.୦୪.୨୦୧୯ ତାରିଖରେ ସଭ୍ୟାସଚୀ ବେହେରା ସୁକିନ୍ଦା ଥାନା ପାଟପୁର ଛକରେ ଏକ ବୋଲେର ଗାଡି ରଖି ପାନଦୋକାନକୁ ସଫଲ ଖାଇବାକୁ ଯାଇଥିଲା।

ଏହି ସମୟରେ ଦୋକାନରର ଥିବା ନିରଞ୍ଜନ ବେହେରାଙ୍କ ଝିଅ ଝିଲିକୁ ସଫଲ ମାଗିଥିଲା। ଝିଲି ସଭ୍ୟାସଚୀକୁ ସଫଲ ଦେବାକୁ ହାତ ବଢ଼େଇବା ବେଳେ ସେ ତାକୁ ଘୋଷାରି ଆଣି ବୋଲେର ଗାଡ଼ିରେ ଜୋର ଜବରଦସ୍ତ ବସାଇ ଆଣିଥିଲା।ବିଭିନ୍ନ ସ୍ଥାନରେ ବୁଲେଇ ବୁଲେଇ ଶେଷରେ ଯାଜପୁର ରୋଡ ଥାନା ଧବଳଗିରି ସ୍ଥିତ ଏକ ଘରୋଇ ଆଇଟିଆଇ ସେଣ୍ଟରେ ରଖି ସେ ଆଉ ତାର ସହଯୋଗୀ ଗଣ ଦୁଷ୍କର୍ମ କରିଥିଲେ। ଏହି ଘଟଣାର ଆଜି ଯାଜପୁର ରୋଡ କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରା ଜର୍ଜ ମାନସ କୁମାର ପଣ୍ଡା ଶୁଣାଣି କରିଛନ୍ତି। ସୁକିନ୍ଦା ଥାନା କେସ ନମ୍ବର ୧୧୭/୨୦୧୯ ଦଫା ୩୭୬ (ଡି)୩୬୬ ଆଇପିସି ରେ ଶୁଣାଣି କରି ୨୦ ବର୍ଷ ଜେଲ ସହିତ ୫୦ ହଜାର ଟଙ୍କା ଜୋରି ମାନା ଦେବାକୁ ନିର୍ଦେଶ ଦେଇଛନ୍ତି। ଉକ୍ତ କେଶକୁ ଯାଜପୁର ରୋଡ କୋର୍ଟର ସରକାରୀ ଓକିଲ ରଜତ କୁମାର ରାଉତ ପରିଚାଳନା କରୁଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking