34.1 C
Bhubaneswar
Thursday, April 25, 2024
Homeଓଡିଶାପ୍ରେମିକା ଅନ୍ୟର ହୋଇଗଲା ବୋଲି ଆତ୍ମହତ୍ୟା କରିଦେଲା ପ୍ରେମିକ

ପ୍ରେମିକା ଅନ୍ୟର ହୋଇଗଲା ବୋଲି ଆତ୍ମହତ୍ୟା କରିଦେଲା ପ୍ରେମିକ

ଭଦ୍ରକ:ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ତେନ୍ତୁଳିଗଢିଆ ଗ୍ରାମର ୨୨ ବର୍ଷୀୟ ଯୁବକଙ୍କ ଆତ୍ମହତ୍ୟା । ନିଜ ପ୍ରେମିକା ଅନ୍ୟ ଜଣକ ସାଙ୍ଗର ହୋଇଗଲା ପରେ ସବୁ ଜାଣିବା ପରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କଲେ ଯୁବକ ଦିଗବିଜୟ ସ୍ୱାଇଁ । ଡିପ୍ଲୋମା ପାଠ ସାରିବା ପରେ ସେ ଘରେ ରହୁଥିଲେ । କିଛି ଦିନ ହେବ ନିଜ ପ୍ରେମ ସମ୍ପର୍କ ପାଇଁ ବିଷାଦରେ ରହୁଥିଲେ । ଗତକାଲି ବିଳମ୍ବିତ ରାତିରେ ଦିଗବିଜୟର ସାଙ୍ଗ ଜଗନ ତାଙ୍କ ବଡବାପାଙ୍କୁ ଫୋନ ଯୋଗେ ଏକ ସୁସାଇଡ଼ ନୋଟ କଥା କହିଥିଲେ । ପରେ ପରିବାର ଲୋକେ ଜଗନଙ୍କ ମୋବାଇଲରେ ଏମିତି ଏକ ନୋଟ ଦେଖିଥିଲେ ଯାହାକି ଅନ୍ୟ ଗୋଟିଏ ନମ୍ବରରୁ ଆସିଥିଲା ।

ପରେ ଦିଗବିଜୟଙ୍କୁ ରୁମକୁ ଯାଇ ଦେଖିବାରୁ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ପରେ ଜଗନ ଚିଠି ଗାଏବ କରିବା ସହ ଦିଗବିଜୟଙ୍କ ମୋବାଇଲ ଭାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ତେବେ ଏନେଇ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଜଗନଙ୍କ ନିକଟରେ ଥିବା ଚିଠିରେ ଏହି ଆତ୍ମହତ୍ୟା ପ୍ରେମ ଓ ପ୍ରତାରଣା ପାଇଁ ହୋଇଥିବା ଜଣାପଡୁଛି କି ନାହିଁ ପୋଲିସର ତଦନ୍ତ ପରେ ହିଁ ଜଣାପଡିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking