31.1 C
Bhubaneswar
Tuesday, May 7, 2024
Homeଓଡିଶାବିତିଯାଇଛି ଦିନ : ରହିଯାଇଛି ଚିହ୍ନ

ବିତିଯାଇଛି ଦିନ : ରହିଯାଇଛି ଚିହ୍ନ

ଭୁବନେଶ୍ବର : ପୁରୁଣାବାନ୍ଧଗୋଡା ପ୍ରଳୟଙ୍କରୀ ଘୂର୍ଣ୍ଣବାତ୍ୟାକୁ ପୁରିଛି ୪୪ ବର୍ଷ । ୧୯୭୮ମସିହା ଏପ୍ରିଲ୍ ମାସ ୧୬ ତାରିଖରେ ଘଟିଥିଲା ଏହି ଘୂର୍ଣ୍ଣିବାତ୍ୟା । ସେଦିନ ସମୟ ଥିଲା ପ୍ରାୟ ଅପରାହ୍ନ ୪ଟା । ଏହି ସମୟରେ ଆକାଶରେ ଘୋଟି ଆସିଲା କଳାବାଦଲ । କ୍ରମଶଃ ଏହା ଘନୀଭୂତ ହୋଇ ଘୂର୍ଣ୍ଣିବାତ୍ୟାର ରୂପ ନେଲା । ନିମିଷକ ମଧ୍ୟରେ ଘୂର୍ଣ୍ଣିବାତ୍ୟା ପ୍ରଳୟଙ୍କରୀ ରୂପ ଧାରଣ କଲା । କେହି କିଛି ବୁଝିବା ପୂର୍ବରୁ ଗଛଲତା,ଗାଈଗୋରୁ ଓ ମଣିଷ, ଯିଏ ଆଗରେ ପଡିଲା, ସମସ୍ତଙ୍କୁ ଆକାଶକୁ ଉଡାଇନେଲା । ଗାଁର ୧୨୦ଟି ଘର ମାଟିରେ ମିଶିଗଲା । କ୍ଷଣିକ ମଧ୍ୟରେ ୧୭୮ଜଣ ଲୋକଙ୍କ ସହ ୭୦୦ ଗୃହପାଳିତ ପଶୁଙ୍କ ଜୀବନ ଚାଲିଗଲା । ମାଆ କୋଳରୁ ପୁଅ ଚାଲିଗଲା, ସ୍ତ୍ରୀ ମୁଣ୍ଡରୁ ସିନ୍ଧୁର ଲିଭିଗଲା । ଗାଁ ସତେ ଯେମିତି ଶ୍ମଶାନରେ ପରିଣତ ହୋଇଗଲା ମାତ୍ର କେଇ ମୁହୂର୍ତ୍ତରେ ।

କେବଳ ପୁରୁଣାବାନ୍ଧଗୋଡା ଗ୍ରାମ ନୁହେଁ, ଏହି ଘୂର୍ଣ୍ଣିବାତ୍ୟା ନିକଟସ୍ଥ କରଡାମାଳି, ନର୍ଦ୍ଦା, ତିଗିରିଆ, ବିଲାବନ୍ଧ ଆଦି ଗାଁରେ ଅପୂରଣୀୟ କ୍ଷତି ଘଟାଇଥିଲା । କେହି ନିଜ ପରିବାରର ସମସ୍ତଙ୍କୁ ହରାଇ ଆତ୍ମହରା ହୋଇପଡିଥିଲା ତ କାହାର ପରିବାରର ଜଣେ ସଦସ୍ୟ ପ୍ରଳୟରୁ ବର୍ତ୍ତିଯାଇଥିଲା । ବାତ୍ୟା ଥମିବା ପରର ଦୃଶ୍ୟ ଥିଲା ଅବିଶ୍ବସନୀୟ ଓ ହୃଦୟ ବିଦାରକ । ଘଟଣା ପରେ ଦେଶ ବିଦେଶରୁ ଛୁଟିଥିଲା ସହାୟତାର ସୁଅ । ଅକାଳରେ ପ୍ରାଣ ହରାଇଥିବା ଲୋକଙ୍କର ଗାଁମୁଣ୍ଡରେ ସମୂହ ଅନ୍ତିମ ସଂସ୍କାର କରାଗଲା । ପରେ ଗ୍ରାମବାସୀଙ୍କ ଦୁଃଖଦ ବିୟୋଗର ସ୍ମୃତି ପାଇଁ ସ୍ଥାପନ କରାଗଲା ଏକ ସ୍ମୃତିସ୍ତମ୍ଭ । ୧୯୭୮ ମସିହାର ପୁରୁଣାବନ୍ଧଗୋଡା ଘୂର୍ଣ୍ଣିବାତ୍ୟାକୁ ଆଜି ପୁରିଛି ୪୪ ବର୍ଷ ।

ଏହି ଘଟଣା ପରେ ପୁରୁଣାବାନ୍ଧଗୋଡା ଗାଁରେ ଅନେକ ପରିବର୍ତ୍ତନ ଆସିଛି । ଅଣ୍ଟା ସଳଖି ପୁଣି ପୁରୁଣାବାନ୍ଧଗୋଡା ଗ୍ରାମ ଠିଆ ହୋଇଛି । ହେଲେ ଏପ୍ରିଲ ମାସ 16 ତାରିଖ ଆସିଲେ ଏବେ ବି ଦେହ ସେଦିନର ବିଭୀଷିକା କାଳରାତ୍ରି କଥା ମନେ ପଡିଲେ ଶିହରୀ ଉଠୁଛି ଦେହ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking